ସ୍ତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ, ସ୍ବାମୀ ଗିରଫ

ସମ୍ବଲପୁର: କୃଷି ବିଭାଗରେ ଚାକିରି କରୁଥିବା ବସନ୍ତମଞ୍ଜରୀ ପଣ୍ଡାଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ସ୍ବାମୀ ପୁଟିବନ୍ଧର ସୁଶାନ୍ତ ମିଶ୍ର ଆକ୍ରମଣ କରି ହାତ ଭାଙ୍ଗି ଦେଇଥିବା ବସନ୍ତମଞ୍ଜରୀ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ, ବସନ୍ତମଞ୍ଜରୀଙ୍କୁ ସୁଶାନ୍ତ ସବୁବେଳେ ମାରପିଟ୍‌ କରି ଆସୁଥିଲେ।

ପୂର୍ବରୁ ଅନେକ ଥର ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଛି। ଗୁରୁବାର ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ, ଶରୀରର ଅନେକ ଆଘାତ ମଧ୍ୟ ଲାଗିଛି। ଏ ନେଇ ବସନ୍ତମଞ୍ଜରୀ ସମ୍ବଲପୁର ମହିଳା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରି ପୁଲିସ ଶନିବାର କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର