ଭକ୍ତଙ୍କ ପାଇଁ ଲାଗିଲା ସ୍ୱୟଂଚାଳିତ ପଦ ପ୍ରକ୍ଷାଳନ ଯନ୍ତ୍ର

ପୁରୀ : ଆଜି ବିଳମ୍ବିତ ରାତିରେ ସିଂହଦ୍ବାର ସମ୍ମୁଖରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ପାଇଁ ସ୍ୱୟଂଚାଳିତ ପାଣି ମେସିନ୍ ଲଗାଯାଇଛି। ଯଦ୍ବାରା ଶ୍ରୀମନ୍ଦିର ଯାଉଥିବା ଭକ୍ତମାନଙ୍କୁ ଆଉ ପାଦ ଧୋଇବାକୁ ଦୂରକୁ ଯିବାକୁ ପଡ଼ିବନାହିଁ। ଭକ୍ତମାନେ ଧାଡ଼ିରେ ଗଲାବେଳେ, ସ୍ବୟଂଚାଳିତ ଯନ୍ତ୍ରରେ ସେମାନଙ୍କ ପାଦ ଧୋଇ‌ ହୋଇଯିବ। ଆଜି ବିଳମ୍ବିତ ରାତିରେ ଏହାକୁ ସିଂହଦ୍ବାର ସମ୍ମୁଖରେ ଲଗାଯାଇଛି। ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶ୍ରୀମନ୍ଦିର ଶୋଭା ବଢ଼ାଇବା ପାଇଁ ସିଂହଦ୍ବାର ସମ୍ମୁଖରେ ଫାଇବରର ସୁନ୍ଦର ଆକୃତିର ବାରିକେଡ୍ ପକାଯାଇଛି। ଲୁହାର ବାରିକେଡ୍ କଡ଼ରେ ଭକ୍ତଙ୍କ ବସିବା ପାଇଁ ବି ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର