ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବଡ଼ଦିନ

ସମ୍ବଲପୁର: ସ˚ସ୍କୃତିର ସହର ସମ୍ବଲପୁରରେ ପବିତ୍ର ବଡଦିନ ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି। ବଡ଼ଦିନ ଉପଲକ୍ଷେ ସହରର ବିଭିନ୍ନ ଗୀର୍ଜାଘରେ ଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟୀୟ ଧର୍ମଗୁରୁମାନେ ଲୋକଙ୍କୁ ଶ‌ାନ୍ତିର ବାର୍ତ୍ତା ଦେଇଥିଲେ।‌ ଶନିବାର ମଧ୍ୟରାତ୍ରରୁ ଆରମ୍ଭ ହୋଇଥିବା ଉତ୍ସବ ସକାଳ ପର୍ଯ୍ୟନ୍ତ ଓ ରବିବାର ଦିନସାରା ଲାଗି ରହିଥିଲା। ଶ୍ରଦ୍ଧାଳୁମାନେ ରାତି ଉଜାଗର ରହି ସାରା ବିଶ୍ବ‌େର ଶାନ୍ତି ସ୍ଥାପନ ପାଇଁ ଦିବ୍ୟଯଜ୍ଞ କରିଥିଲେ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବଡ଼ଦିନ ପାଇଁ ଚର୍ଚ୍ଚ ଗୁଡ଼ିକ ର˚ଗବେରଙ୍ଗ ଫୁଲ, ରିବନ୍‌, ବେଲୁନ୍‌ ଓ ଆଲୋକ ମାଳାରେ ସୁଶୋଭିତ ହୋଇଥିଲା। ରବିବାର ଦିନ ତମାମ ଗୀର୍ଜା ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ସମେତ ବିଭିନ୍ନ ଧର୍ମର ଲୋକଙ୍କ ମଧୢରେ ବଡ଼ଦିନ ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା।

ଅନୁଷ୍ଠାନର ମୁଖ୍ୟମାନେ ବିଶ୍ବଶାନ୍ତି ଓ ମୈତ୍ରୀ ଉଦ୍ଦେଶ୍ୟରେ ବାଇବେଲ୍‌ ପାଠ କରିଥିଲେ। ଏହାପରେ ସମସ୍ତେ ପରସ୍ପରକୁ ବଡ଼ଦିନର ଶୁଭେଚ୍ଛା ଜଣାଇଥିଲେ। ସାକ୍ଷୀପଡ଼ାର ସେଣ୍ଟ ‌ଯୋସେଫ୍‌ କାଥେଡ୍ରାଲ୍‌ ଚର୍ଚ୍ଚରେ ପ୍ରାର୍ଥନା ଓ ସ˚କୀର୍ତନ ସହ ବଡ଼ଦିନକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ସେଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇ ସବୁ ଧର୍ମକୁ ସମ୍ମାନ ଦେବା ପାଇଁ ବାର୍ତ୍ତା ପ୍ରେରଣ କରା ଯାଇଥିଲା। ସେହିପରି ଜିଏମ୍‌ ବିଶ୍ବବିଦ୍ୟାଳୟ ନିକଟସ୍ଥ ଓଡ଼ିଆ ବାପିଟିଷ୍ଟ ଚର୍ଚ୍ଚରେ ସ୍ବତନ୍ତ୍ର ସ˚କୀର୍ତ୍ତନ ଏବ˚ ଭଜନ ସମାରୋହ ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଲକ୍ଷ୍ମୀ ଟକିଜ୍‌ ଛକ ନିକଟ ମୁଣ୍ଡା ବାପିଟିଷ୍ଟ ଚର୍ଚ୍ଚରେ ସକାଳ ପ୍ରାର୍ଥନା, ବିଶ୍ବଶାନ୍ତି ପାଇଁ କ୍ୟାଣ୍ତେଲ୍‌ ପ୍ରଜ୍ଜ୍ବଳନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାନ୍ତାକ୍ଲଜ ସହର‌େର ବୁଲି ଶ‌ାନ୍ତିର ବାର୍ତ୍ତା ପ୍ରଦାନ କରିବା ସହ ଛୋଟ ପିଲାମାନଙ୍କୁ ଚକୋଲେଟ୍‌ ଓ ଉପହାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର