ରାଜ୍ୟ ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ: ସଂସ୍କୃତି ମନ୍ତ୍ରୀ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପ୍ରସଙ୍ଗ

ଭୁବନେଶ୍ୱର : ବେଶ୍‌ କିଛି ବର୍ଷ ବ୍ୟବଧାନ ପରେ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ନେଇ ବିଭିନ୍ନ ମହଲରେ ଦାବି ଉଠୁଛି। ଗତକାଲି ବିଜେପି ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଥିଲା। ଆଜି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସେ କହିଛନ୍ତି, ଖୁବ୍‌ ଶୀଘ୍ର ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ପ୍ରତି ସମସ୍ତଙ୍କର ଗଭୀର ସମ୍ମାନ ରହିଛି। ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ଗାନ କରାଯାଉଛି। ଅନ୍ୟ ଯେଉଁ ପ୍ରଦେଶରେ ରାଜ୍ୟ ସଙ୍ଗୀତ ରହିଛି, ସେଠାରେ ଆଇନ୍‌ଗତ ବ୍ୟବସ୍ଥା ପ୍ରତି ସରକାର ଆଲୋଚନା କରୁଛନ୍ତି। ଏହା ପରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଠାରୁ ମତାମତ ନିଆଯିବ। ତାହା ପରେ ସରକାର ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର