ବାଙ୍କୀ ଡବଲ୍‌ ମର୍ଡର ଘଟଣା : ଆଉ ୩ ଗିରଫ, ଗିରଫ ସଂଖ୍ୟା ୮ଛୁଇଁଲା

ଡେମୋ ଦେଖାଇଲେ ୬ ଅଭିଯୁକ୍ତ

କଟକ/ବାଙ୍କୀ : ବହୁଚର୍ଚ୍ଚିତ ବାଙ୍କୀ ଡବଲ୍‌ ମର୍ଡର ଘଟଣାରେ ଗୁରୁବାର ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପପୁ ପ୍ରଧାନ, ଦୀପୁ ପ୍ରଧାନ ଓ ତାରିଆ ପ୍ରଧାନ। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି।

ଅନ୍ୟପଟେ ଗିରଫ ପପୁ, ଦୀପୁ ଓ ତାରିଆଙ୍କ ସମେତ ଗତକାଲି ରିମାଣ୍ଡରେ ଆସିଥିବା ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ଓରଫ୍‌ ସୁଶାନ୍ତ ପ୍ରଧାନ (୪୦), ବଳଭଦ୍ର ପ୍ରଧାନ ଓରଫ୍‌ ବଳିଆ, ଜିତୁ ଓରଫ୍‌ କାଳିଆ ଓରଫ୍‌ ଜିତେନ୍ଦ୍ର ସ୍ବାଇଁଙ୍କୁ ମଧ୍ୟ ଜେଲ୍‌ ପଠାଇ ଦିଆଯାଇଛି। ଗିରଫ ୬ ଅଭିଯୁକ୍ତଙ୍କୁ ସାମ୍ନାମାମ୍ନି ଜେରା କରାଯିବା ସହିତ ୬ଜଣଙ୍କୁ ହତ୍ୟାକାଣ୍ଡସ୍ଥଳକୁ ନେଇଥିଲା ପୁଲିସ। ସେଠାରେ ସେମାନେ ଲାଇଭ୍‌ ଡେମୋ ଦେଖାଇଥିଲେ । କେମିତି କରିଥିଲେ ଷଡ଼୍‌ଯନ୍ତ୍ର, ଏହା ପଛର କାରଣ ଓ ହତ୍ୟାକଣ୍ଡରେ ବ୍ୟବହୃତ ସାମଗ୍ରୀ ସେମାନେ କେଉଁଠି ଲୁଚାଇ ରଖିଛନ୍ତି ସେ ସଂପର୍କରେ ପୁଲିସ ନିକଟରେ ସତ ଉଗାଳିଥିଲେ। ଆଜିର ଗିରଫଦାରୀକୁ ମିଶାଇ ବାଙ୍କୀ ଡବଲ୍‌ ମର୍ଡର ଘଟଣାରେ ପୁଲିସ ୮ଜଣଙ୍କୁ ଗିରଫ କରିସାରିଛି।

ଉଲ୍ଲେଖ୍ୟଯୋଗ୍ୟ, ଭଗବାନ ସ୍ବାଇଁ, ଆଦିତ୍ୟ ରଣସିଂହ ଓ ବବୁଲୁ ଓରଫ୍‌ ରଞ୍ଜନ ସିଂହ ଗତ ୧୫ତାରିଖ ଦିନ ବାଙ୍କୀ ବ୍ଲକ୍‌ରୁ କାମ ସାରି ବାଇକ୍‌ରେ ଗାଁକୁ ‌ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଭଗବାନ ଓ ଆଦିତ୍ୟଙ୍କର ମୃତ୍ୟୁ ହୋଇଥିବାବେଳେ ରଂଜନ ଅଳ୍କକେ ବର୍ତ୍ତି ଯାଇଥିଲେ।

ସମ୍ବନ୍ଧିତ ଖବର