ଭଦ୍ରକର ୨୮ଟି ଜିଲ୍ଲା ପରିଷଦ ଆସନରୁ ୧୬ରେ ବିଜେଡି ବିଜୟୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଜିଲ୍ଲା ପରିଷଦ ପାଇଁ ଭୋଟଗଣତି  ୯ଟି ଜୋନକୁ ନେଇ ହୋଇଥିଲା। ଏଥିରେ ବିଜେଡି ସବୁ ୯ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି ଆସନ ଜିତି ନ ଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲାର ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ ନିମ୍ନରୁ ଜାଣନ୍ତୁ:

୧) ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ରଞ୍ଜନ ସାହୁ ୩୦୯୯ ଭୋଟରେ ବିଜୟୀ।

୨) ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳି ଦାସ ୩୦୭୩  ଭୋଟରେ ବିଜୟ ଲାଭ କରିଛନ୍ତି।

୩) ତିହିଡି଼ ବ୍ଲକର ୭ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ବିଦ୍ୟୁତଲତା ନାୟକ ୩୩୪୪ ଭୋଟରେ ବିଜୟୀ।

୪) ଧାମନଗର ବ୍ଲକର ୧୧ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଉର୍ମିଳା ବିଶ୍ୱାଳ ୩୫୭୪ ଭୋଟରେ ବିଜୟୀ।

୫) ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ଜେନା ୮୩୦୯ ଭୋଟରେ ବିଜୟୀ।

୬) ବାସୁଦେବପୁର ବ୍ଲକର ୧୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଜୟକୃଷ୍ଣ ନାୟକ ୨୫୬୫ ଭୋଟରେ ବିଜୟୀ।

୭) ବାସୁଦେବପୁର ବ୍ଲକର ୧୯ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଯଦୁନାଥ ନାୟକ ୨୪୬୩ ଭୋଟରେ ବିଜୟୀ।

୮) ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନରେ ବିଜେଡି ପ୍ରାୀର୍ଥୀ ଲକ୍ଷ୍ମୀଧର ସାହୁ ୪୧୪୦  ଭୋଟରେ ବିଜୟୀ।

୯) ଭଦ୍ରକ ବ୍ଲକର ୨୬ ନମ୍ବର ଜୋନରେ ବିଜେଡି ପ୍ରାୀର୍ଥୀ ଗୀତାରାଣୀ ମଲ୍ଲିକ ୧୧,୪୧୫ ଭୋଟରେ ବିଜୟୀ।

ଭଦ୍ରକ ଜିଲ୍ଲାର ୨୮ଟି ଜିଲ୍ଲା ପରିଷଦ ଆସନରୁ ୧୬ରେ ବିଜେଡି ଏଯାଏ ବିଜୟୀ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ବି ଗଣତି ହେଉଥିବା ଅବଶିଷ୍ଟ ଆସନରେ ବିଜେଡି ଆଗୁଆ ଥିବାର ସୂଚନା ରହିଛି।

 

ସମ୍ବନ୍ଧିତ ଖବର