ଅର୍ଥ ପରିଚାଳନାରେ ବଡ଼ ବିଭ୍ରାଟର ଗନ୍ଧ, ବଡ଼ ବାବୁଙ୍କୁ ଡର!

ବଜେଟ୍ ଅର୍ଥ ଠୁଳ ହୋଇ ରହୁଛି ବ୍ୟାଙ୍କରେ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଜେଟ୍ ଅର୍ଥ ସରକାରୀ େଟ୍ରଜେରିରେ ରହିବ ନା ବ୍ୟାଙ୍କରେ? ଏହାକୁ େନଇ ଅର୍ଥ ବିଭାଗର ନିର୍ଦେଶନାମା ଆଧାରରେ ବିତର୍କ େଜାର ଧରିଥିବା େବଳେ ଧୀରେ ଧୀରେ ସାଂଘାତିକ ଘଟଣା ସାମ୍ନାକୁ ଆସୁଛି। ଦୀର୍ଘ ଦିନ ଯାଏ ସରକାରୀ ଟଙ୍କା ଜମା କରାଯିବା କ୍ଷେତ୍ରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କର ଦବ୍‌ଦବା ରହିଥିଲା। ହେଲେ ଏବେ ଘରୋଇ ବ୍ୟାଙ୍କମାନେ ଏହି ପ୍ରକ୍ରିୟାରେ ସାମିଲ ହେବା ପରେ ଏକ ଅସ୍ବାସ୍ଥ୍ୟକର ପ୍ରତିଯୋଗିତା ଆରମ୍ଭ ହୋଇଛି। ଆଉ ଏଥିରୁ ଫାଇଦା ଉଠାଇ ସରକାରୀ ବାବୁମାନେ ଖୋଲାଖୋଲି ନିୟମ ଉଲ୍ଲଂଘନ କରିବା ଆରମ୍ଭ କରିଛନ୍ତି। ସରକାରଙ୍କ ନିର୍ଦେଶକୁ ଜଳାଞ୍ଜଳି ଦେଇ ସଚିବ ଓ ଜିଲ୍ଲାପାଳସ୍ତରୀୟ ଅଫିସରମାନେ ବ୍ୟାଙ୍କମାନଙ୍କରେ ଟଙ୍କା ଜମା କରିବାର ନଜିର ଏବେ ସରକାରଙ୍କୁ ବିଚଳିତ କରୁଛି। ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ କେବଳ ରାଜ୍ୟ ନୁହେଁ, କେନ୍ଦ୍ର ସରକାର ମଧ୍ୟ ଟଙ୍କା ଜମା କରିବା ନେଇ ରାଜ୍ୟମାନଙ୍କୁ ଆକଟ କରିଛନ୍ତି। ହେଲେ ରାଜ୍ୟ ସରକାରଙ୍କୁ ୨୦୧୬-୧୭ରୁ ଅଡିଟ୍ ବାରମ୍ବାର ସୂଚାଇବା ପରେ କାହିଁକି ଚେତିନାହାନ୍ତି? ଯେହେତୁ ବଡ଼ ବଡ଼ ବାବୁମାନଙ୍କର ହାତ ରହୁଛି, ସରକାର କାର୍ଯ୍ୟାନୁଷ୍ଠାନ ନେବା ଲାଗି ହାତ ଯାଉନି କି? ଅର୍ଥ ବିଭାଗ ବାରମ୍ବାର ତାଗିଦ୍ କରିବା ପରେ ବି ସରକାରଙ୍କ ଦୃଷ୍ଟି କାହିଁକି ପଡୁନାହିଁ?

ବାବୁମାନଙ୍କର ବ୍ୟାଙ୍କ ପ୍ରୀତି ସରକାରଙ୍କ ପାଇଁ କାଳ
େଟ୍ରଜେରି ଓ ଅର୍ଥ ବିଭାଗର ନିର୍ଦେଶର ଖୋଲା ଉଲ୍ଲଂଘନ

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଆଗରୁ ଅର୍ଥାତ୍ ଗତ ଅଗଷ୍ଟ ୨୧ ତାରିଖରୁ େକନ୍ଦ୍ର ସରକାର ବ୍ୟାଙ୍କରେ ଟଙ୍କା ଜମା କରିବା େନଇ ପ୍ରଶ୍ନ ଉଠାଇଛନ୍ତି। େକନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି େହାଇଥିବା ନିର୍ଦେଶନାମାରେ କୁହାଯାଇଛି, ‘ଏକ େମାଟା ପରିମାଣର ‌େକନ୍ଦ୍ର ସରକାରଙ୍କ ଅର୍ଥ ବିଭିନ୍ନ ସଂସ୍ଥା ନିକଟରେ ଖର୍ଚ୍ଚ ନ େହାଇ ପଡ଼ିରହୁଛି। ଏକଥା ବି ନଜରକୁ ଆସୁଛି େଯ ଏ ମଧ୍ୟରୁ ସିଂହଭାଗ ଅର୍ଥ ଖର୍ଚ୍ଚ ନ େହାଇ ଘରୋଇ ବ୍ୟାଙ୍କରେ ରହୁଛି। େକନ୍ଦ୍ରୀୟ ଅର୍ଥ କେବଳ ରାଷ୍ଟ୍ରାୟତ୍ତ ବ୍ୟାଙ୍କ କିମ୍ବା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କମାନଙ୍କରେ ରଖାଯାଇପାରିବ। ଅନ୍ୟ ବ୍ୟାଙ୍କ, ବିେଶଷକରି ଘରୋଇ ବ୍ୟାଙ୍କରେ ଏ ଟଙ୍କା ରଖାଯାଇପାରିବ ନାହିଁ।’ ଅନ୍ୟପଟରେ ନିର୍ଦିଷ୍ଟ କିଛି ବ୍ୟାଙ୍କକୁ ସୁବିଧା ଦେବା ଲାଗି ଜିଲ୍ଲା ଓ ରାଜ୍ୟସ୍ତରରେ ବଡ଼ ବାବୁମାନେ େଖାଲାେଖାଲି େଟ୍ରଜେରି େକାଡ୍‌ ଉଲ୍ଲଂଘନ କରିବା ସହିତ ଅର୍ଥ ବିଭାଗର ନିର୍ଦେଶକୁ ଗିଳି ଦେବା ଲାଗି ସାହସ ଜୁଟାଇଥିବା ସାମ୍ନାକୁ ଆସିଲାଣି। ଏମିତି ଶହ ଶହ େକାଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଜମା ହୋଇ ରହିଥିବା ଠାବ କରିଛନ୍ତି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)। ଅଡିଟ୍ ରିେପାର୍ଟରେ ସିଏଜି ସିଧା ସିଧା ପଚାରିଛନ୍ତି ଯେ ବିଭିନ୍ନ ବ୍ୟାଙ୍କରେ ଟଙ୍କା ଜମା କରି ରାଜ୍ୟ ସରକାର ୪% ସୁଧ ପାଉଛନ୍ତି। ଅଥଚ େଖାଲା ବଜାରରୁ ୬.୮୭%ରୁ ୮.୪୮% ସୁଧ ହାରରେ ଟଙ୍କା ଆସୁଛି? ପୁଣି କେଉଁ ପରିସ୍ଥିତିରେ ୨୦୧୬-୧୭ ଆର୍ଥିକ ବର୍ଷରେ ୭୬୨୦ େକାଟି ଟଙ୍କା େଖାଲା ବଜାରରୁ ଋଣ ଉଠିଲା? େଯତେବେଳେ କି ୩୦ଟି ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ୨୦ ଜଣ ବିଡିଓ, ୧୦ ପୌରସଂସ୍ଥା, ୧୦ ପ୍ରକଳ୍ପ ଅଧିକାରୀ(ସର୍ବଶିକ୍ଷା ଅଭିଯାନ), ୧୦ ଜିଲ୍ଲା ଶିକ୍ଷାଧିକାରୀ, ୧୦ ସମନ୍ବିତ ଆଦିବାସୀ ବିକାଶ ସଂସ୍ଥାରେ ତନଖି ବେଳେ ଦେଖାଯାଇଥିଲା େଯ ବାବୁମାନେ ବିଭିନ୍ନ ବାଣିଜ୍ୟିକ ବ୍ୟାଙ୍କରେ ୧୫୭୧ େକାଟି ୫୨ଲକ୍ଷ ଟଙ୍କା ଜମା କରି ରଖିଥିଲେ। ପୁଣି ୨୦୧୬-୧୭ ବର୍ଷରେ ଋଣ ଜନିତ ସୁଧ ବାବଦରେ ୭୩୮ େକାଟି ୮୭ଲକ୍ଷ ଟଙ୍କା ରାଜକୋଷରୁ ଯାଇଛି।

ସିଏଜିଙ୍କ ଏଭଳି େଖାଳତାଡ଼ ଏବେ ରାଜ୍ୟ ଅର୍ଥ ବିଭାଗ ପରିଚାଳନା ପ୍ରତି ପ୍ରଶ୍ନ ଚିହ୍ନ ଟାଣିଲାଣି। େକଉଁ ଅଧିକାରୀ, କାହା ଅନୁମତିରେ ଏସବୁ ଟଙ୍କା େଟ୍ରଜେରିରୁ ଉଠାଇ ବ୍ୟାଙ୍କରେ ରଖିଥିଲେ ଓ କାହିଁକି ସେ ଟଙ୍କା ଖର୍ଚ୍ଚ କରାଯାଇନଥିଲା, େସ ନେଇ ସରକାରୀ ତନାଘନା ଆରମ୍ଭ େହାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଏ େନଇ ଏବେ ତୁହାକୁ ତୁହା ବୈଠକ ଆରମ୍ଭ କରିଛନ୍ତି। ଅଡିଟ୍ ରିେପାର୍ଟ ଆହୁରି ଦର୍ଶାଇଛି େଯ ୨୦୧୭ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଇନ୍ଦିରା ଆବାସ େଯାଜନା, େଗାପବନ୍ଧୁ ଗ୍ରାମୀଣ େଯାଜନା, ବିଜୁ ଗ୍ରାମ େଜ୍ୟାତି େଯାଜନା, ବିଜୁ କେବିକେ େଯାଜନା, ସର୍ବଶିକ୍ଷା ଅଭିଯାନ, ରାଜ୍ୟ ଅର୍ଥ କମିସନ, ତ୍ରୟୋଦଶ ଅର୍ଥ କମିସନ ଆଦି ବାବଦରେ ୯୩୮ େକାଟି ୨୧ଟଙ୍କା ବିଭିନ୍ନ ବ୍ୟାଙ୍କରେ ଠୁଳ କରି ରଖାଯାଇଥିଲା। ଏ ମଧ୍ୟରୁ ରାଜ୍ୟ େଯାଜନା ବାବଦ ୬୭୪ େକାଟି ୪୬ଲକ୍ଷ ଟଙ୍କା ବିଭିନ୍ନ ବାଣିଜ୍ୟିକ ବ୍ୟାଙ୍କର ସଞ୍ଚୟ ଜମା ଖାତାରେ ରଖାଯାଇଥିଲା। ସେହିଭଳି ୨୦୧୮ େଶଷ ବେଳକୁ ବିଭିନ୍ନ ଡିଡିଓ ୬୨୫ େକାଟି ୯୨ଲକ୍ଷ ଟଙ୍କା ଠୁଳ କରି ରଖିଥିଲେ।

ଅର୍ଥନୀତିଜ୍ଞମାନଙ୍କର କହିବା କଥା େହଉଛି, ଓଡ଼ିଶା େଟ୍ରଜେରି େକାଡ୍‌ ଅନୁସାରେ, ତୁରନ୍ତ ଅର୍ଥ ପ୍ରଦାନ କରାଯିବାର ନଥିଲେ, ଟଙ୍କା କୌଣସି ପରିସ୍ଥିତିରେ ବି ଉଠିପାରିବ ନାହିଁ। ଓଡ଼ିଶା ବଜେଟ୍ ନିୟମାବଳୀ, ୧୯୬୩ରେ ମଧ୍ୟ ଏକଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଅର୍ଥ ବିଭାଗର ବିନାନୁମତିରେ େଟ୍ରଜେରିରୁ ଟଙ୍କା ଆଣି ଘରୋଇ ବ୍ୟାଙ୍କ ଅଥବା େପାଷ୍ଟ ଅଫିସରେ ରଖାଯିବା ଆଦୌ ଗ୍ରହଣୀୟ ନୁହେଁ। ୨୦୧୫ ମାର୍ଚ ମାସରେ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ଏ ସଂକ୍ରାନ୍ତ ସାନି ନିର୍ଦେଶନାମା ଜାରି କରିବା ପରେ ବି କେଉଁ ପରିସ୍ଥିତିରେ ଶହ ଶହ େକାଟି ଟଙ୍କା ବାବୁମାନେ ବିଭିନ୍ନ ବ୍ୟାଙ୍କରେ ଜମା କରିବା ଲାଗି ସାହସ ଜୁଟାଇଲେ, ଏହାର ପରିଣାମରେ ରାଜ୍ୟ ରାଜକୋଷ କ୍ଷତି ସହିଥିବା ବେଳେ ସେମାନେ କି ବ୍ୟକ୍ତିଗତ ଫାଇଦା ପାଇଲେ, ତାହାର ରାଜ୍ୟ ସରକାର ତଦନ୍ତ କରିବା ଦରକାର ବୋଲି ଏହି ମହଲରେ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରରେ ବାବୁମାନଙ୍କର ବ୍ୟାଙ୍କ ପ୍ରୀତି ପଛରେ ଏକ ବଡ଼ କେଳେଙ୍କାରୀର ଗନ୍ଧ ନେଇ ଅଭିେଯାଗ େଜାର ଧରିଲାଣି। ବିଭିନ୍ନ ବ୍ୟାଙ୍କର ଅଧିକାରୀ ବାବୁମାନଙ୍କୁ ଛାଇ ଭଳି ଘେରି ରହୁଛନ୍ତି। କିଛି ବ୍ୟାଙ୍କରେ ନିଜ ନିଜ ସଂପର୍କୀୟଙ୍କୁ ଥଇଥାନ କରିବା ଲାଗି ବାବୁମାନେ କୁଣ୍ଠାବୋଧ କରୁନାହାନ୍ତି େବାଲି ଏବେ କଥା ଦାଣ୍ଡରେ ପଡି ହାଟରେ ଗଡୁଛି। କିଛି ବ୍ୟାଙ୍କ ଆଖିଦୃଶିଆ ଉପହାର ଦେଉଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି। ପ୍ରକାଶଥାଉକି, ବ୍ୟାଙ୍କମାନଙ୍କର ଆଚରଣ କିନ୍ତୁ ଓଡ଼ିଶା ପ୍ରତି ବେଶ୍ ଅନୁକୂଳ ନୁ‌ହେଁ। ଏକଥା ବିଧାନସଭା ଭିତରେ ଓ ବାହାରେ ବାରମ୍ବାର ଚର୍ଚ୍ଚା େହାଇଛି। ରାଜ୍ୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କରେ େଯତିକି ଟଙ୍କା ଗ୍ରାହକମାନେ ରଖୁଛନ୍ତି, େସ ତୁଳନାରେ ଋଣ ପରିମାଣ ୬୦% ରହିଛି। ଅଥଚ ଚାଷୀମାନଙ୍କୁ େଯତିକି ଋଣ ଦିଆଯାଉଛି, ତାର ୭୦% ଅର୍ଥ ସମବାୟ ବ୍ୟାଙ୍କମାନେ ପ୍ରଦାନ କରୁଛନ୍ତି। ମହିଳା ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ଋଣ ପ୍ରଦାନ ହେଉ କିମ୍ବା ଗରିବ େମଧାଙ୍କ ପାଇଁ ରାଜ୍ୟ ସରକାରଙ୍କ କଳିଙ୍ଗ ଶିକ୍ଷା ସାଥୀ େଯାଜନାରେ ଋଣ ପ୍ରଦାନ ବେଳେ ବ୍ୟାଙ୍କର ଟାଳଟୁଳ ନୀତି ଏବେ ସରକାରଙ୍କ ପାଇଁ କାଠିକର ପାଠ େହାଇଛି। କୌତୂହଳର କଥା େହଉଛି, ରାଜ୍ୟରେ େମାଟ ୬୭୯୮ଟି ଗ୍ରାମ ପଞ୍ଚାୟତ ରହିଛି। ସେଥିରୁ ୪୯୨୩ଟି ପଞ୍ଚାୟତରେ ବ୍ୟାଙ୍କ ନାହିଁ। ଏସବୁ ପଞ୍ଚାୟତରେ ଶାଖା େଖାଲିବା ଲାଗି ବ୍ୟାଙ୍କମାନେ କୁନ୍ଥକୁନ୍ଥ। ବିଭିନ୍ନ ବ୍ୟାଙ୍କର ରାଜ୍ୟରେ େଯଉଁ ୫୩୫୩ଟି ଶାଖା ରହିଛି, ତା ମଧ୍ୟରୁ ମାତ୍ର ୫୩% ଗ୍ରାମାଞ୍ଚଳରେ ସ୍ଥାପନ କରାଯାଇଛି। ଅର୍ଥାତ୍ ୪୭% ଗ୍ରାମବାସୀ ବ୍ୟାଙ୍କ ସେବା ପାଇବା ପାଇଁ ଆଜି ବି ସହରାଞ୍ଚଳକୁ ଆସୁଛନ୍ତି।

ସମ୍ବନ୍ଧିତ ଖବର