ଖାଲି ଭାଷଣ ନ ଦେଇ ଅଧିକ ଟେଷ୍ଟ୍‌ ପାଇଁ ବ୍ୟବସ୍ଥା କରନ୍ତୁ ସରକାର: ବିଜୟ ମହାପାତ୍ର

କୋବାସ୍‌ ମେସିନ୍‌ ଫେରାଇବା ପ୍ରସଙ୍ଗରେ ସରକାର ଉତ୍ତର ରଖନ୍ତୁ: ତାରା

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଆହୁରି ଅସମ୍ଭାଳ ହେବ। ଏଭଳି ସ୍ଥିତିରେ ରାଜ୍ୟରେ ଅଧିକରୁ ଅଧିକ ନମୁନା ପରୀକ୍ଷା ହେବାର ଆବଶ୍ୟକତା ରହିଛି। ସରକାରଙ୍କୁ ସମାଲୋଚନା କରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି, ଦିନକୁ ୧୫ ହଜାର ଟେଷ୍ଟ୍‌ କରିବା ପାଇଁ କହିଥିଲେ। ଏବେ ଦିନକୁ ୨ ହଜାର ବି ହେଉନାହିଁ। ପରୀକ୍ଷା ପାଇଁ କୋବାସ୍‌ ମେସିନ୍‌ ଆଣିଲେ ଓ ଫେରାଇ ଦେଲେ। ଏହା ଲଜ୍ଜାଜନକ ଘଟଣା। ଭାଷଣକୁ ଗୁରୁତ୍ବ ନ ଦେଇ ସରକାର ତତ୍ପରତା ସହ ସଂକ୍ରମଣ ନିୟନ୍ତ୍ରଣ ପାଇଁ ତ୍ବରିତ୍‌ ପଦକ୍ଷେପ ନିଅନ୍ତୁ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ସରକାର ଯାହା କହୁଛନ୍ତି, ତାହା କରୁନାହାନ୍ତି। ପରୀକ୍ଷା ପାଇଁ ଆଧୁନିକ ମାନର ୩ଟି ମେସିନ୍‌ ଆଣିବାକୁ କହିଥିଲେ। ଯଦି ଦୈନିକ ୧୫ ହଜାର ଟେଷ୍ଟ୍‌ ହୁଅନ୍ତା, ତାହେଲେ ୧୦୦୦ରୁ ୧୫୦୦ ଆକ୍ରାନ୍ତ ବାହାରିବେ। ବୋଧୁହୁଏ ସଂଖ୍ୟା ବଢ଼ିବା ଆଶଙ୍କାରେ ସରକାର ପରୀକ୍ଷା କରୁନାହାନ୍ତି। କ’ଣ ପାଇଁ ଏହି ଟେଷ୍ଟ୍‌ ମେସିନ୍‌ ସରକାର ଫେରାଇଦେଲେ ତାର ସ୍ପଷ୍ଟୀକରଣ ଦେବା ଉଚିତ୍‌ ବୋଲି ଶ୍ରୀ ବାହିନୀପତି ଦାବି କରିଥିଲେ।

ସମ୍ବନ୍ଧିତ ଖବର