ବିତର୍କର କେନ୍ଦ୍ରବିନ୍ଦୁ ସାଜିଛି ବିଜୟ, ଦିଲ୍ଲୀପଙ୍କ ଏହି ଚିଠି

ଶ୍ରୀ ଅମିତ ଶାହ
ମାନ୍ୟବର ସଭାପତି
ଭାରତୀୟ ଜନତା ପାର୍ଟି
ନୂଆଦିଲ୍ଲୀ

ମହାଶୟ,
ରାଜ୍ୟରେ ଦଳର ଦୟନୀୟ ସ୍ଥିତି ସମ୍ପର୍କରେ ଆପଣଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ବେ ଆମ ପାଇଁ ଦୁଃଖର ବିଷୟ ହେଲା ଆପଣ ନିଜେ କିମ୍ବା କୌଣସି ବରିଷ୍ଠ କେନ୍ଦ୍ରୀୟ ନେତା ଆମ ସହିତ ପରାମର୍ଶ, ସମୀକ୍ଷା ବା ପ୍ରତିକାରାତ୍ମକ ପଦକ୍ଷେପ ନେବା ପାଇଁ ଚିନ୍ତା ପ୍ରକଟ କଲେ ନାହିଁ।

ସେ ମହାନଦୀ ଜଳ ସମସ୍ୟା ହେଉ, ଅବା ବ୍ରାହ୍ମଣୀ ନଦୀ ଉପରେ ଦ୍ବିତୀୟ ସେତୁ ନିର୍ମାଣ ପାଇଁ ଦେଇଥିବା ପ୍ରତିଶ୍ରୁତି; ରାଉରକେଲାରେ ସୁପର ସ୍ପେସିଆଲିଟି ହସ୍ପିଟାଲ ହେଉ କିମ୍ବା ତୈଳ ବିଶୋଧନାଗାର ଉଦଘାଟନ ବେଳେ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ନିଯୁକ୍ତି ଦେବା ଲାଗି ଆମେ କହିଥିବା କୌଣସି ଗୋଟିଏ, ସମ୍ପୂର୍ଣ୍ଣ କଥା ବାସ୍ତବ ରୂପ ନେଲା ନାହିଁ। ଏହି ତାଲିକା ଲମ୍ବା ଏବଂ ଆମେ ଏହି ଚିଠିରେ ସେସବୁ ପ୍ରତିଶ୍ରୁତିକୁ ଉଲ୍ଲେଖ କରି ଆପଣଙ୍କ ଉପରେ ବୋଝ ଲଦିବାକୁ ଚାହୁନାହୁଁ।

ସଂକ୍ଷେପରେ କହିଲେ, ଓଡ଼ିଶା ଲୋକ ନିରାଶ ହୋଇଛନ୍ତି। ଏଠାରେ ଦଳର ଅନେକ ନେତା ସେମାନଙ୍କ ଉଦ୍‌ବେଗକୁ ଆମ ନିକଟରେ ବ୍ୟକ୍ତ କରିଛନ୍ତି, କିନ୍ତୁ ଟିକଟ ନମିଳିବା ଭୟରେ ଚୁପ୍ ବସିଛନ୍ତି। ଆପଣ ଏଥିରେ ରାଜିହେବେ ଯେ ଏପ୍ରକାର ନିରବ ରହିବା ଯେ କୌଣସି ଗଣତାନ୍ତ୍ରିକ ଦଳ ପାଇଁ ଖରାପ ସଙ୍କେତ।

ଆମମାନଙ୍କ ଦ୍ବାରା ଯେଉଁ ଭଲ ପରାମର୍ଶ ଆପଣଙ୍କୁ ଦିଆଗଲା, କେତେକ ଅହଂ ଓ ସ୍ବାର୍ଥକୈନ୍ଦ୍ରୀକ ବ୍ୟକ୍ତି କଦର୍ଯ୍ୟ କୌଶଳ କରି ସେସବୁ ଏକ ବିପଦ ବୋଲି ଅର୍ଥ ବାହାର କଲେ। ଏପରିକି ଆମ ନିର୍ବାଚନ ମଣ୍ଡଳୀରେ ଆମକୁ ଉପହାସ କରିବା ପାଇଁ ପ୍ରଚାର ଆରମ୍ଭ କରି ଦିଆଗଲା।

ବାସ୍ତବତାକୁ ଧ୍ୟାନ ନଦେଲେ କାହାରିକୁ ଲାଭ ମିଳେନାହିଁ କିମ୍ବା କୌଣସି ଉଦ୍ଦେଶ୍ୟ ସାଧିତ ହୁଏ ନାହିଁ। ରାଜ୍ୟରେ ଏକାଧିକ ଦଶନ୍ଧି ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ଏବଂ ଆତ୍ମ ସମ୍ମାନ ଥିବା ରାଜନେତା ଭାବରେ ଦଳପାଇଁ ପ୍ରଦର୍ଶନର ବସ୍ତୁ ହୋଇ ରହିବାକୁ ଆମେ ଚାହୁନାହୁଁ।

ଅସ୍ତିତ୍ବ ନଥିବା ବ୍ୟକ୍ତିମାନେ ବଡ଼ ବଡ଼ ବଡ଼ କଥା କହୁଥିବା ଏବଂ ନିଜକୁ ପ୍ରସିଦ୍ଧ ବ୍ୟକ୍ତିଭାବେ ଦର୍ଶାଉଥିବାବେଳେ ଆମକୁ ଦଳରେ ଫଣ୍ଣିଚର ଭାବେ ବ୍ୟବହାର କରାଯାଇ ପାରିବ ନାହିଁ।

ଆମ ପାଇଁ ଦଳର ସ୍ବାର୍ଥ ହେଉଛି ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। କୌଣସି ପଦପଦବି, କ୍ଷମତା ବା ଟିକଟ ପାଇଁ ଆମେ କଦାପି ଆମର ଆତ୍ମ ସମ୍ମାନ କିମ୍ବା ରାଜ୍ୟର ସ୍ବାର୍ଥ ସହ ସାଲିସ କରିନାହୁଁ।

ଆମେ ଆମ ରାଜ୍ୟର ଲୋକଙ୍କ ସ୍ବାର୍ଥ, ବିଶେଷକରି ଆମ ନିର୍ବାଚନମଣ୍ଡଳୀର ଲୋକ, ଯେଉଁମାନଙ୍କ ନିକଟରେ ଆମେ ଉତ୍ତରଦାୟୀ ସେମାନଙ୍କ ସ୍ବାର୍ଥକୁ ଜଗିଛୁ।

ବିଜେପୁର ଉପନିର୍ବାଚନରେ ୪୦ ହଜାର ଭୋଟରେ ପରାସ୍ତ ହେବା ଆମ ପାଇଁ ଏକ ଧକ୍କା ଥିଲା। ପଞ୍ଚାୟତ ସ୍ତରରେ ହୋଇଥିବା ସମସ୍ତ ଉପନିର୍ବାଚନରେ ଦଳ ପରାସ୍ତ ହୋଇଛି, ଅଧିକନ୍ତୁ, ଆତ୍ମଘୋଷିତ ବଡ଼ ନେତାଙ୍କ ଅଞ୍ଚଳରେ ଦଳ ପରାସ୍ତ ହୋଇଛି। ଦଳ ଯେଉଁଭଳି ଭାବରେ ପରିଚାଳିତ ହେଉଛି ସେଥିରୁ ଦଳପ୍ରତି ଲୋକଙ୍କ ମୋହଭଙ୍ଗ ହେବା ପ୍ରତିଫଳିତ ହେଉଛି।

ଆମେ ଦୀର୍ଘ ୪ ବର୍ଷ ବୃଥାରେ ଅପେକ୍ଷା କରିଲୁ। ଆଉ ଅଧିକ ସମୟ ଅପେକ୍ଷା କରିପାରିବୁ ନାହିଁ।

ଦଳରେ ଆଉ ଅଧିକ ଦିନ ରହିବା ସମ୍ଭବ ନୁହେଁ, ତେଣୁ ଆମେ ଦଳ ଛାଡ଼ୁଛୁ।

ବିଜୟ ମହାପାତ୍ର
ଦିଲୀପ ରାୟ

ସମ୍ବନ୍ଧିତ ଖବର