ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଉଠିଯିବ!

ପୁରୀ : ଓଡ଼ିଶାରେ କିଛି ଜାତୀୟ ପ୍ରତିଷ୍ଠାନମାନଙ୍କ ମଧ୍ୟରୁ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ ଅନ୍ୟତମ। ଏହି ପ୍ରତିଷ୍ଠାନ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଏନ୍‌ଡିଏ ସରକାର ଅମଳରେ ପ୍ରତିଷ୍ଠିତ ହୋଇଥିଲା। ତେବେ ଦୀର୍ଘ ୧୬ ବର୍ଷ ପରେ ବି ଏହି ଜାତୀୟ ଅନୁଷ୍ଠାନ ଅବହେଳିତ ଅବସ୍ଥାରେ ରହିଛି। ଏହି ସଂସ୍ଥାକୁ ମାତ୍ର ୬ ଏକର ଜମି ରାଜ୍ୟ ସରକାର ଯୋଗାଇ ଦେଇଥିବା ବେଳେ ଉକ୍ତ ଜମି ବନ୍ୟ ଜନ୍ତୁ ସଂରକ୍ଷିତ ଅଞ୍ଚଳ ବୋଲି ଘୋଷିତ ହୋଇଥିବାରୁ ଏଠାରେ ପ୍ରତିଷ୍ଠାନର ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ବିଧାୟକଙ୍କ ଇଚ୍ଛାଶକ୍ତିର ଅଭାବରୁ ପ୍ରତିଷ୍ଠାନର ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତି କରୁଛି ଓ ଏହା ଭୁବନେଶ୍ୱରକୁ ଉଠିଯିବା ଯୋଜନା ରହିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର