ମୋଦୀଙ୍କ ଜନ୍ମଦିନ ପାଳିଲା ରାଜ୍ୟ ବିଜେପି

୭୦ ସ୍ଥାନରେ ରକ୍ତଦାନ ଶିବିର

ଭୁବନେଶ୍ୱର, : ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ଦିବସକୁ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଇଛି। ବିଜେପି କାର୍ଯ୍ୟକର୍ତ୍ତାମାନେ ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ବିଭିନ୍ନ ଦେବାଳୟରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ। ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ମୋର୍ଚ୍ଚା କର୍ମକର୍ତ୍ତାମାନେ ୭୦ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଥଲେ। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଉପସଭାପତି ତଥା ବିଧାୟକ ନାଉରୀ ନାଏକ, ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ସମ୍ପାଦକ ଅମର ନାଏକ, ଟଙ୍କଧର ତ୍ରିପାଠୀ, ସିକନ୍ଦର ଅଲ୍ଲୀ ଓ କୈଳାସ ବିଶ୍ବାଳ ପ୍ରମୁଖ ପରିଚାଳନା କରିଥିଲେ। ମୋଦୀଙ୍କ ଜନ୍ମଦିନ ଅବସରରେ ରାଜ୍ୟ ବିଜେପି ପକ୍ଷରୁ ଚଳିତ ସପ୍ତାହକୁ ସେବା ସପ୍ତାହ ଭାବେ ପାଳନ କରାଯାଉଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ୨୦ ତାରିଖ ପର୍ଯ୍ୟନ୍ତ ଦଳ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର