ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ: ଯାଜପୁର ଓ କୋରାପୁଟରେ ବିଜୟ ଉତ୍ସବ

ବୈପାରିଗୁଡା/ଯାଜପୁର:  ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି। ଏହି ଅବସରରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଓ ଯାଜପୁରରେ ବିଜେପି କର୍ମୀମାନେ ବିଜୟ ଉତ୍ସବ ପାଳନ କରିଛନ୍ତି।

ବୌପାରିଗୁଡ଼ାରେ ବିଜେପି ମଣ୍ଡଳ ସଭାପତି ଉମେଶ ପଟ୍ଟନାୟକଙ୍କ ନେତୃତ୍ବରେ ଧାମନଗର ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ଉତ୍ସବ ପାଳିତ ହୋଇଯାଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ନିର୍ବାଚନରେ ୯୦୦୦ରୁ ଊର୍ଦ୍ଧ୍ବ ଭୋଟରେ ବିଜୟ ଲାଭ କରିଛନ୍ତି। ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ହୋଇଥିବା ଧାନନଗର ଆସନ ଲାଗି ଉପନିର୍ବାଚନରେ ବିଜେପି ପକ୍ଷରୁ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରାଯାଇଥିଲା। ଆଉ ସେ ପ୍ରଥମଥର ପାଇଁ ଭୋଟ ମଇଦାନରେ ଲଢେଇ କରି ବିଜୟୀ ହୋଇଛନ୍ତି। ନିର୍ବାଚନ ରାଜନୀତିର ପ୍ରଥମ ପଦାର୍ପଣରେ ଧାନନଗରବାସୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆଶୀର୍ବାଦ ପ୍ରଦାନ କରିଛନ୍ତି। ଏଥିସହ ବିଜେପିର ଆସନକୁ ବଜାୟ ରଖିବାରେ ସଫଳ ହୋଇଛି। ଯଦିଓ ବିଜୁ ଜନତା ଦଳ ପକ୍ଷରୁ ମହିଳା କାର୍ଡ ଖେଳାଯାଇ ଅବନ୍ତୀ ଦାସକୁ ପ୍ରାର୍ଥୀ କରାଯାଇଥିଲା, କିନ୍ତୁ ଶେଷରେ ଏହି ରାଜନୀତି ଫେଲ୍ ମାରିଥିବା ପ୍ରମାଣିତ ହୋଇଛି। ଏହି ବିଜୟୀ ଉତ୍ସବରେ ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ନରେନ୍ଦ୍ର କାନ୍ଦଲିଆ, ବରିଷ୍ଠ କର୍ମୀ ତ୍ରିନାଥ ରାଓ, ଜଗା ରାଓ, ଧରମବୀର ସିଂ, ସନଦିପ୍ କୁମାର ଦାସ, ପଦ୍ମନ ଗୈାଡ, କୈଳାସ ନାୟକ, ପଦ୍ମନ ମାଳି, ଧନପତି ନାୟକଙ୍କ ସହ ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ।

ସେହିପରି ଭଦ୍ରକର ଧାମନଗରରେ ବିଜେପିର ବିଜୟ ପରେ ପଡୋଶୀ ଜିଲ୍ଲା ତଥା ପୁରା ନିର୍ବାଚନ ପରିଚାଳନାରେ ସହଯୋଗ କରୁଥିଵା ଯାଜପୁର ଯୁବ ମୋର୍ଚ୍ଚା ବିଜେପି ପକ୍ଷରୁ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଛି। ଆଗାମୀ ଦିନରେ ଯାଜପୁରରେ ମଧ୍ୟ ବିଜେପି ଧାମନଗର ପରି ନିଜର ମୂଳଦୁଆ କରିବାର ଆଶା ରଖିଛି।

 

ସମ୍ବନ୍ଧିତ ଖବର