ମୋଦୀ ସରକାରଙ୍କ ୨ୟ ପାଳିର ପ୍ରଥମବର୍ଷ ପୂର୍ତ୍ତୀ, ରିପୋର୍ଟ କାର୍ଡ ପ୍ରଦାନ କଲା ବିଜେପି

ଛଉ ନୃତ୍ୟକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ପ୍ରଦାନ ମୟୂରଭଞ୍ଜ ପାଇଁ ଗୌରବର ବିଷୟ
ଉଜ୍ଜ୍ବଳା ଯୋଜନାରେ ଜିଲ୍ଲାର ୪ଲକ୍ଷ ୬ହଜାର ପରିବାରକୁ ଏଲ୍‌ପିଜି ସଂଯୋଗ ପ୍ରଦାନ, ଲାଭବାନ ହୋଇଛନ୍ତି ଆଦିବାସୀ ମହିଳା

ବାରିପଦା : ଛଉ ନୃତ୍ୟକୁ କେନ୍ଦ୍ରୀୟ ଐତିହ୍ୟ ମାନ୍ୟତା ପ୍ରଦାନ ମୟୂରଭଞ୍ଜ ପାଇଁ ଗୌରବର ବିଷୟ। ଜିଲ୍ଲାରେ ରେଳ ବିକାଶ ନେଇ ରହିଛି ଏକାଧିକ ଯୋଜନା। ଉଜ୍ଜ୍ବଳା ଯୋଜନାରେ ଲକ୍ଷ ଲକ୍ଷ ଆଦିବାସୀ ମହିଳା ଲାଭବାନ ହୋଇଛନ୍ତି। କରୋନା ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଯୋଜନା ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲାରେ ଥିବା ୨ଲକ୍ଷ ୮୯ହଜାର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଆଗାମୀ ୩ମାସ ପର୍ୟ୍ୟନ୍ତ (ଏପ୍ରିଲ୍ ୧ରୁ ଜୁନ୍ ୩୦) ମାଗଣା ଗ୍ୟାସ ପ୍ରଦାନ କରାଯାଇଛି। ଏହି ଯୋଜନାରେ ଜିଲ୍ଲାର ଦେଢ଼ ଲକ୍ଷ ଅନୁସୂଚୀତ ଜାତି/ଜନଜାତି ପରିବାର ମଧ୍ୟ ଉପକୃତ ହେବେ। ଯାହାକି ଲକ୍‌ଡାଉନ ସମୟରେ ସେମାନଙ୍କୁ ଏକ ବିଶେଷ ଆର୍ଥିକ ସହାୟତା ହେବ। ଜିଲ୍ଲାର ୬ଲକ୍ଷ ୬ହଜାର ପରିବାର ମଧ୍ୟରୁ ୪ଲକ୍ଷ ୬ହଜାର ପରିବାରକୁ ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୨ଲକ୍ଷ ୮୯ହଜାର ହିତାଧିକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଅର୍ନ୍ତଭୁକ୍ତ ଅଛନ୍ତି। ୧ଲକ୍ଷ ୫୨ହଜାର ଅନୁସୂଚୀତ ଜାତି/ଜନଜାତି ପରିବାର ମଧ୍ୟ ଏହି ଯୋଜନାରୁ ଲାଭ ପାଉଛନ୍ତି।

ଚଳିତ କରୋନା ଲକ୍‌ଡାଉନ ସମୟରେ ମୟୂରଭଞ୍ଜର ଆର୍ଥିକ ଅନଗ୍ରସର ଉପଭୋକ୍ତାଙ୍କୁ ଏପ୍ରିଲ୍, ମେ ଏବଂ ଜୁନ୍ ମାସ ପାଇଁ ଗୋଟିଏ କରି ତିନିଟି ମାଗଣା ଗ୍ୟାସ୍ ସିଲିଣ୍ଡର୍ ପ୍ରଦାନ କରାଯାଇଛି। ପୂର୍ବରୁ କଂ‌ଗ୍ରେସ ସରକାର ସମୟରେ ମୟୂରଭଞ୍ଜରେ ଯାହା ହୋଇନଥିଲା ମୋଦୀ ସରକାର ଜିଲ୍ଲାକୁ ହାତ ଖୋଲିଦେଇଥିବା ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ଆଜି କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରର ୨ୟ ପାଳିର ପ୍ରଥମବର୍ଷ ପୂର୍ତ୍ତୀ ଅବସରରେ ଜିଲ୍ଲାବାସୀଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଛି ବିଜେପି। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ, ପୂର୍ବତନ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ସାଂସଦ ବିଶେଶ୍ୱର ଟୁଡୁ, ଉଦଳା ବିଧାୟକ ଭାସ୍କର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଡ. ବୁଢାନ ମୁର୍ମୁ, ବଡସାହି ବିଧାୟକ ସନାତନ ବିଜୁଳି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ମୋଦୀ ତଥା ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ରହି କେନ୍ଦ୍ରର ମୋଦୀ ସରକାରଙ୍କ ୨.୦ ଶାସନର ପ୍ରଥମ ବର୍ଷ ପୂର୍ତୀ ଅବସରରେ କେନ୍ଦ୍ର ସରକାରଙ୍କ ରିପୋର୍ଟ କାର୍ଡ ପ୍ରଦାନ କରିଥିବାର ଦେଖାଯାଇଥିଲା।

କେନ୍ଦ୍ର ସରକାର ଓଡିଶାକୁ ଯୋଗାଇ ଦେଇଥିବା ଫନୀ ସହାୟତା ଠାରୁ ଅମ୍ପାନ ସହାୟତା, କରୋନା ଲକଡାଉନ ସମୟରେ ପ୍ରବାସୀ ଓଡିଆଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ନିୟୋଜିତ ସ୍ୱତନ୍ତ୍ର ଟ୍ରେନ ଭଡାର ୮୫ଶତକଡା କେନ୍ଦ୍ର ସରକାର ପ୍ରଦାନ କରୁଥିବା, ଓଡିଶାର ୯୩ ଲକ୍ଷ ପରିବାରକୁ ପ୍ରତିପରିବାର ପିଛା ମାସିକ ୧କିଲୋ ଡାଲି ହିସାବରେ ତିନିମାସର ୩କିଲୋ ଡାଲି ପ୍ରଦାନ, ଚାଉଳ ପ୍ରଦାନ, ବିଧବା, ଦିବ୍ୟାଙ୍ଗ ମାନଙ୍କପାଇଁ ଏକହଜାର ଟଙ୍କା ପ୍ରଦାନ, ପି.ଏମ. କିଶାନ ଯୋଜନାରେ ଓଡିଶାର ୩୬.୨୮ ଲକ୍ଷ ଚାଷିଙ୍କ ଏକାଉଂଟକୁ ୨୦୦୦ଟଙ୍କା ଲେଖାଁଏ ସହାୟତା, ଜନଧନ ବ୍ୟାଙ୍କ ଏକାଉଂଟରେ ୧୫ଶହ କରି ଟଙ୍କା ଜମା କରିବା, ଓଡିଶାର ୨୮ ଲକ୍ଷ ନିର୍ମାଣ ଶ୍ରମୀକଙ୍କୁ ୧୫ଶହ ଟଙ୍କା କରି ସହାୟତା୪୭.୪୭ ଲକ୍ଷ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ସହାୟତା ଭଳି ବହୁ ସଫଳତାର ଫର୍ଦ ବ୍ୟାକ୍ଷା କରିଥିଲେ ଉପସ୍ଥିତ ବକ୍ତା ମାନେ । ମୟୂରଭଞ୍ଜରେ ରେଳର ବିକାଶ ବାବଦରେ ସମ୍ବାଦିକ ମାନଙ୍କର ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ମୟୂରଭଞ୍ଜ ସାଂସଦ ଇଂ ଟୁଡୁ ଜିଲ୍ଲା ରେଳ ବିକାଶ କ୍ଷେତ୍ରରେ ବହୁ କାର୍ଯ୍ୟ ଅଣ୍ଡର ପ୍ରସେସ ରହିଥିବାର ଜଣାଇଥିଲେ । ଶେଷରେ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

ସମ୍ବନ୍ଧିତ ଖବର