ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପଞ୍ଚାୟତ ରେଗଡୁଲ ଗ୍ରାମରେ ବୁଧବାର ଏକ ଅସ୍ୱାଭାବିକ ଘଟଣା ଘଟିଯାଇଛି। ଛାଲୁ କଅଁରଙ୍କ ମଝିଆ ଝିଅ ସନ୍ଧ୍ୟା କୁଅଁର (୧୮)ଙ୍କୁ ମଶାଣିରୁ ଫେରାଇ ଅଣାଯାଇଛି। ସେ ଜୀବିତ ଥିବା ସନ୍ଦେହ କରି ଗୁଣି ଗାରେଡ଼ିର ଆଶ୍ରୟ ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସଂଧ୍ୟା ପାଞ୍ଚ ମାସ ହେବ ଭୀଷଣ ଜ୍ୱର ଏବଂ କାଶରେ ପୀଡ଼ିତ ଥିଲେ। ପ୍ରଥମେ ତାଙ୍କୁ କଣ୍ଟାମାଳ, ସୋନପୁର ଏବଂ ପରେ ବୁର୍ଲାରେ ଚିକିତ୍ସା କରାଯାଉଥିଲା। ବୁର୍ଲା ମେଡିକାଲରେ ତାଙ୍କ ଅଲଟ୍ରାସାଉଣ୍ଡ କରାଯିବା ପରେ ଡାକ୍ତର କିଛି ରୋଗ ନଥିବା ଦର୍ଶାଇ ଦୁର୍ବଳ ଯାଗୁଁ ଏପରି ହୋଇଥିବା କହି ଦୁଇ ୟୁନିଟ ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଘରକୁ ଫେରିଥିଲେ। ଘରେ ତିନିମାସ ରହିବା ପରେ ଡାକ୍ତରୀ ଚିକିତ୍ସା ଉପରେ ଭରସା ନ କରି ଗୁଣିଆର ଆଶ୍ରୟ ନେଇଥିଲେ। ବୁଧବାର ସାକାଳେ ସ୍ୱାଭାବିକ ଭାବେ ଖିଆପିଆ ସାରିବା ପରେ ପ୍ରବଳ କାଶ ହୋଇଥିଲା ଏବଂ ସେହିଠାରେ ହିଁ ସେ ଅଚେତ ହୋଇ ପଡ଼ିଥିଲେ। ତାଙ୍କ ହାବ ଭାବ ଦେଖି ମରିଯାଇଥିବା ଭାବି କାଠ ଯୋଗାଡ଼ କରି ମଶାଣିକୁ ନିଆଯାଇଥିଲା। ମଶାଣିରେ ଉଠାଇବା ବେଳେ ଗୋଡ଼ ଓ ହାତ ହଲୁଥିବା ଦେଖି ସନ୍ଧ୍ୟା ଜୀବିତ ଥିବା ମନେ କରି ପୁଣି ତାଙ୍କୁ ଘରକୁ ନେଇ ଆସିଥିଲେ। ଘରକୁ ଆଣି ଡାକ୍ତରଙ୍କୁ ଦେଖାଇବା ବଦଳରେ ଗୁଣିଗାରେଡ଼ିର ଆଶ୍ରୟ ନିଆଯାଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସଂଧ୍ୟାଙ୍କୁ ଘରେ ରଖି ଗୁଣି ଗାରେଡ଼ି କରାଯାଉଛି।