୧୫୧ ବିଏସଏଫ କ୍ୟାମ୍ପରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୪୧ ୟୁନିଟ ସଂଗ୍ରହ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡାସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ କମାଣ୍ଡେଣ୍ଟ ଅଜୟ କୁମାର ଉଦଘାଟନ କରିଥିଲେ। ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ବିଏସଏଫ ଯବାନ ରକ୍ତଦାନ କରିଥିଲେ। କୋରାପୁଟ ସ୍ଥିତ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ବ୍ଲଡ୍ ବ୍ୟାଙ୍କ୍ ଅଫିସର ଡାକ୍ତର ମଧୁସୂଦନ ବଳିଆର ସିଂହ ଏବଂ ବିଭାଗୀୟ କର୍ମଚାରୀମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ସିଏମ୍ଓ (ଏସ୍.ଜି) ବିଏସଏଫ ଡ଼ାକ୍ତର ଅନନ୍ତ କୁମାର ସହଯୋଗ କରି ଯବାନ ମାନଙ୍କୁ ରକ୍ତଦାନର ମହତ୍ତ୍ଵ ବିଷୟରେ ବୁଝାଇଥିଲେ। ଏବଂ କହିଥିଲେ ଯେ ରକ୍ତଦାନ ଦ୍ବାରା ଆମେ ସଡ଼କ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି, କର୍କଟ ରୋଗୀ, ଗର୍ଭବତୀ ମହିଳା, ରକ୍ତହୀନତା ମହିଳାଙ୍କ ସହ ଅନ୍ୟାନ୍ୟ ରୋଗୀଙ୍କୁ ମଧ୍ୟ ନୂତନ ଜୀବନ ଦେଇପାରିବା। ଏହି ରକ୍ତଦାନ ଶିବିରରେ ମୋଟ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

ରକ୍ତଦାତା ଜୀବନଦାତା
ନିରଜ କୁମାର, ବିଜୁ ରାମ, ଡାଲଜିତ୍ କୁମାର, କାର୍ତ୍ତିକ ନନ୍ଦି, ବି. ରାଜେନ୍ଦ୍ର କୁମାର, ନିରଜ କୁମାର, ଅପୁର୍ବ ପାଲ, ସି.ଜେ. ରେଡ୍ଡୀ, ପି. ଗଙ୍ଗା ରାଜୁ, ସୁମନ ଘୋଷ, ମହେଶ୍ୱର ଦାସ, ରାଜ କୁମାର ଶର୍ମା, ରାହୁଲ ଚକ୍ରବର୍ତ୍ତୀ, ଅଭିନାଶ ସିଂ, ମିହିର ଦାସ, ରବୀନ୍ଦ୍ର କୁମାର ସିଂ, ପି.ବି ହାଲଦାର, ନିଳାଦ୍ରୀ ଚକ୍ରବର୍ତ୍ତୀ, ରାଜୀବ କୁମାର, ଭିମଲେଷ କୁମାର, ଭୁପେନ୍ଦ୍ର ସିଂ, ଗଜେନ୍ଦ୍ର କୁମାର, ସର୍ଲାଭାସ, ନରସିଂହ ଧରୁଅ, ପ୍ରିୟେଶ ଏମ୍, ବିଶ୍ଵଜିତ ଦାସ, ରାଜୀବ ସିଂ, ରାକେଶ ସିଂ, ରାଜୀବ ନାହା, ପ୍ରସନଜିତ୍ ରୁଇଦାସ, ବିଶ୍ଵଜିତ ଜାନା, ବାସୁଦେବ ଗାୟେନ, ରବି ସରକାର, ରାସନ୍ ଲାଲ୍, ପ୍ରବିନ ରାନା, କେ. ଅଞ୍ଜନିୟାଲୁ, ଆଇ. ଜୟସିଲନ୍, ବି.ଭି. ସୁଭ ରାଜୁ, ତେଜ ନାରାୟଣ ଯାଦବ, ପ୍ରଣଜିତ୍ ସିଂ ଏବଂ ପବନ କୁମାର ଚହ୍ବାନ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ସମ୍ବାଦ ପ୍ରତିନିଧି ଅମରେନ୍ଦ୍ର କୁମାର ପରିଚ୍ଛାଙ୍କ ତରଫରୁ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।

ସମ୍ବନ୍ଧିତ ଖବର