ଜାତୀୟ ତାଇକୋଣ୍ଡୋରେ ଓଡ଼ିଶା ଛାତ୍ରଛାତ୍ରୀଙ୍କୁ ବ୍ରୋଞ୍ଜ

ବାସୁଦେବପୁର: ତାମିଲନାଡୁରେ ଜାତୀୟ ତାଇ‌େକାଣ୍ଡୋ ପ୍ରତିଯୋଗିତାରେ ତୁକାସୀ ତାଇକାଣ୍ଡୋ ଏକାଡେମୀର ଛାତ୍ରୀମାନେ ବାଜିମାତ କରିଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାସୁଦେବପୁର ସହରର ଏହି ଅଗ୍ରଣୀ କ୍ରୀଡା ଅନୁଷ୍ଠାନର ଛାତ୍ରୀମାନେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅ‌ଞ୍ଚଳରେ ବିଭିନ୍ନ କ୍ରୀଡା ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ସେମାନଙ୍କୁ ବଧାଇ ଜଣାଇବା ସହ ଭବିଷ୍ୟତରେ ଆହୁରି ଆଗକୁ ଯିବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି।

ଅନୁଷ୍ଠାନର ଛାତ୍ରୀ ଦୀପସିତା ବାରିକ, ଜେବି ଜାହ୍ନବୀ ଓ ଦିବ୍ୟଶ୍ରୀ ବେହେରା ପ୍ରମୁଖ ଗୋଷ୍ଠୀଗତ ପ୍ରତିଯୋଗିତାରେ ବିଜୟୀ ହୋଇ ଏହି ପଦକ ପାଇଥିବା ଅନୁଷ୍ଠାନର ମୁଖ୍ୟ ପ୍ରଶିକ୍ଷକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ କୈଳାସ ନାଥ ସୂଚନା ଦେଇଛନ୍ତି। ଗତ ୧୯ ତାରିଖରୁ ତାମିଲନାଡୁ ଠାରେ ୨୧ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କଡା ମୁକାବିଲାର ସମ୍ମୁଖୀନ ହୋଇ ଛାତ୍ର ସୌରଭ ବାରିକ ଅଳ୍ପକେ ପଦକରୁ ବ‌ଞ୍ଚିତ ରହିଥିବା ବେଳେ ବ୍ୟକ୍ତିଗତ ପ୍ରତିଯୋଗିତାରୁ ଛାତ୍ରୀ ମୁକ୍ତେଶ୍ବରୀ ରାଜନନ୍ଦିନୀ ଦାଶ ଫାଇନାଲ ରାଉଣ୍ତରୁ ପରାଜୟ ହୋଇଥିଲେ।

ସମ୍ବନ୍ଧିତ ଖବର