ରାଜପୁରା ବସ୍ତିରୁ ୧.୫ କୋଟିର ବ୍ରାଉନସୁଗାର ଜବତ, ୨ ମାଫିଆ ଗିରଫ

ପୁଲିସ-ଅବକାରୀ ଟିମ୍‌ର ଛାନଭିନ୍‌

ଜଳେଶ୍ବର: ଦିନକ ପୂର୍ବରୁ ଝାଡ଼େଶ୍ବରପୁର ବସ୍ତିରୁ ୩ ଜଣ ନିଶାମାଫିଆଙ୍କୁ ଧରିବା ସହ ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରିଥିଲା କ୍ରାଇମବ୍ରାଞ୍ଚ୍‌ର ଏସ୍‌ଟିଏଫ୍‌ ଟିମ୍‌। ଆଜି ରାଜପୁରା ବସ୍ତିରୁ ଜଳେଶ୍ବର ଥାନା ପୁଲିସ ଏବଂ ଅବକାରୀ ବିଭାଗର ମିଳିତ ଟିମ୍‌ ଚଢ଼ାଉ କରି ୧.୫କେଜିର ବ୍ରାଉନସୁଗାର ଜବତ କରିବା ସହ ୨ ଜଣ ନିଶା ମାଫିଆଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇଜଣ ହେଲେ ଅମିନା ବିବି ଏବଂ ସେଖ୍‌ ରଫିକ୍‌। ଆଜି ରାତି ୮ଟାରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ଓ ଅବକାରୀ ଟିମ୍‌ ସେଠାରେ ଚଢ଼ାଉ କରିଛନ୍ତି। ଖବର ପ୍ରସ୍ତୁତ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଥିଲା। ଏହି ଟିମ୍‌ରେ ୨୦ ଜଣିଆ ପୁଲିସ ଏବଂ ଅବକାରୀ କର୍ମଚାରୀ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର