ପୁଣି ବଢ଼ିଲା ବସ୍‌ ବଢ଼ା, ଅଧିକ ଖର୍ଚ୍ଚାନ୍ତ ହେବେ ଯାତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଲୁଥିବା ଘରୋଇ ବସ୍‌ ଗୁଡ଼ିକର ଭଡ଼ା ବୁଧବାର ଠାରୁ ପୁଣି ଥରେ ବଢ଼ିଛି। ଏଣିକି ଯାତ୍ରୀମାନଙ୍କୁ ଅଡିନାରୀ ବସ୍‌ରେ କିଲୋମିଟର ପିଛା ୬୭ ପଇସାରୁ ୬୮ ପଇସା ଦେବାକୁ ପଡ଼ିବ।। ଏକ୍ସପ୍ରେସ୍‌ରେ କିଲୋମିଟର ପିଛା ୭୦ରୁ ୭୧ ପଇସାକୁ ଦେବାକୁ ପଡ଼ିବ। ସେହିପରି ଡିଲକ୍ସରେ ୯୫ରୁ ୯୭ ପଇସା ଦେବାକୁ ପଡ଼ିବାକୁ ଥିବା ବେଳେ ଏସି ଡିଲକ୍ସ ୧.୧୭ରୁ ୧.୧୯ ଭଡ଼ା ବୃଦ୍ଧି କରାଯାଇଛି।

ବସ ଭଡ଼ା ବୃଦ୍ଧି ନେଇ ରାଜ୍ୟ ବସ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି, ଡିଜେଲ ଦର ଅତ୍ୟଧିକ ବୃଦ୍ଧି ହୋଇଥିବାରୁ ଘରୋଇ ବସ୍‌ରେ ଭଡ଼ା ବୃଦ୍ଧି କରିବାକୁ ପଡୁଛି। ବର୍ତମାନ ଡିଜେଲ ଦର ୭୦ ଟଙ୍କା ପଡୁଛି। ସେଥି ପାଇଁ ବାଧ୍ୟ ହୋଇ ଭଡ଼ା ବୃଦ୍ଧି କରିବାକୁ ପଡୁଛି। ସେ କହିଛନ୍ତି, ବସ ଭଡ଼ା ବୃଦ୍ଧି କରାଯିବା ଦ୍ୱାରା ଯାତ୍ରୀଙ୍କୁ ବାଧୁଛି। ଏଥି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରିବା ଦରକାର। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଜେଲ ଉପରୁ କିଛି ଶୁଳ୍କ ନେଇଗଲେ ଯାତ୍ରୀଙ୍କୁ କମ୍‌ ବସ ଭଡ଼ା ଦେବାକୁ ପଡ଼ନ୍ତା।

ସୂଚନାଯୋଗ୍ୟ ପୂର୍ବରୁ ଗତ ଜାନୁଆରୀ ୩୦ରେ ଘରୋଇ ବସ୍‌ ଗୁଡ଼ିକରେ ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲା। ସେହି ସମୟରେ ଅଡିନାରୀ ବସ୍‌ଗୁଡ଼ିକରେ କିଲୋମିଟର ପିଛା ୬୬ ପଇସାରୁ ୬୭ ପଇସା କରାଯାଇଥିଲା। ସେହିପରି ଏକ୍ସପ୍ରେସରେ କିଲୋମିଟର ପିଛିା ୬୯ ପଇସାରୁ ୭୦ ପଇସା ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର