ଭବାନୀପାଟଣା : ଅଜଣା ଗାଡ଼ିରେ ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ବ୍ୟବସାୟୀ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭାଵନୀପାଟଣା ସହର ବ୍ୟବସାୟୀ ସୁଧୀର କୁମାର ମୁଣ୍ଡ ନିଜ କାମ ସାରି ଘରକୁ ଫେରିବା ସମୟରେ ଭାଵନୀପାଟଣା ରେଲୱେ ଫାଟକ ପାଖରେ ଏକ ଅଜଣା ଗାଡି ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ପୁଲିସ ଓ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭାଵନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ଏନେଇ ସହରରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର