ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ପ୍ରସାର ନିମନ୍ତେ ପ୍ରଚାର ରଥର ଶୁଭାରମ୍ଭ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଟିଡିସିସି ଭବାନୀପାଟଣା ଶାଖା ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନର ସହାୟତାରେ ଲଘୁ ବନଜାତ ଦ୍ରବ୍ୟର ସଂଗ୍ରହ ଏବଂ ପ୍ରଚାର ପ୍ରସାର ନିମନ୍ତେ ଏକ ପ୍ରଚାର ରଥର ଶୁଭାରମ୍ଭ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିରଞ୍ଚି ନାରାୟଣ ଦରୱାନ, ଟିଡିସିସି ଶାଖା ପରିଚାଳକ ନବଘନ ପ୍ରଧାନଙ୍କ ଉପସ୍ଥିତିରେ ରଥର ଶୁଭାରମ୍ଭ ହୋଇଥିଲା। ବର୍ତ୍ତମାନ ମହାମାରୀ କୋରୋନା ଯୋଗୁଁ ଯେଉଁ ଆଦିବାସୀମାନେ ନିଜର ସଂଗୃହିତ ବନଜାତ ଦ୍ରବ୍ୟର ବିକ୍ରୟ କରିବାରେ ସଫଳ ହେଇ ପାରୁନାହାନ୍ତି ସେମାନଙ୍କୁ ସଚେତନ ଏବଂ ସେମାନେ ଦ୍ରବ୍ୟଗୁଡିକୁ କିପରି ସରକାରୀ ସହାୟକ ମୂଲ୍ୟରେ କିଣିବେ ସେ ଉପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି । ରଥଟି ଜିଲ୍ଲାର ସମସ୍ତ ବ୍ଲକ,ପଂଚାୟତ ଏବଂ ଗ୍ରାମ ଗୁଡିକୁ ଭ୍ରମଣ କରି ସଚେତନତା ସୃଷ୍ଟି କରି ପାରିବ ବୋଲି ଲକ୍ଷ ଧାର୍ଯ୍ୟ କରାଯାଇଛି ।

ଆଗାମୀ ଦିନରେ ଟିଡିସିସି ବହୁଳ ପରିମାଣରେ ବନଜାତ ଦ୍ରବ୍ୟ ସରକାରୀ ଧାର୍ଯ୍ୟ ମୂଲ୍ୟରେ କ୍ରୟ କରି ଜନଜାତି ମାନଙ୍କ ଜୀବନ ଜୀବିକାରେ ଉନ୍ନତିକରଣ ପାଇଁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ଆଇଟିଡିଏ ପ୍ରକଳ୍ପ ପରିଚାଳକ ଅବିନାଶ ମହାନ୍ତି, ଟିଡିସିସି ର କ୍ଷେତ୍ର ଅଧିକାରୀ ବିପିନ ରଥ, କୈଳାସ ଚନ୍ଦ୍ର ମିଶ୍ର , ଚାଇତନ୍ୟ ପାଣିଗ୍ରାହୀ, ଆକାଶ ମାଝୀ , ନଳିନୀ ସାହୁ ପ୍ରମୁଖ ଉପସ୍ଥିତି ରହି ସହାୟତା କରିଥିଲେ ।

ସମ୍ବନ୍ଧିତ ଖବର