ଚମ୍ପୁଆ ବିଧାୟକଙ୍କ ଆଗୁଆ ଜାମିନ ଶୁଣାଣି ଶେଷ

କଟକ : ଚମ୍ପୁଆ ବିଧାୟକ ସନାତନ ମହାକୁଡଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀ ବିଭିନ୍ନ ଖଣିଖାଦାନରୁ ଅର୍ଥ ଆଦାୟ କରି ଶ୍ରମିକଙ୍କ ହିତ ବାବଦରେ ଅର୍ଥ ଖର୍ଚ୍ଚ ନକରି ଆତ୍ମସାତ କରୁଥିବା ନେଇ ବାମେବାରୀ ଥାନାରେ ଅଭିଯୋଗ ହୋଇଥିଲା। ବଳଭଦ୍ର ପାତ୍ରଙ୍କ ଏତଲାକ୍ରମେ ପୁଲିସ ଏହି ମାମଲା ଦାୟର କରିଥିଲା। ତେବେ ଗିରଫଦାରୀ ଏଡାଇବା ପାଇଁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର