କମିସନରେଟ୍‌ ପୁଲିସରେ ପୁଣି ଅଦଳବଦଳ

ଭୁବନେଶ୍ୱର : କମିସନରେଟ୍‌ ପୁଲିସ୍‌ରେ ଅଧିକାରୀମାନଙ୍କୁ ପୁଣି ଅଦଳବଦଳ କରାଯାଇଛି। କେତେକ ଅଧିକାରୀ କାର୍ଯ୍ୟରେ ଯୋଗ ନ ଦେଉଣୁ ସେମାନଙ୍କୁ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି। ସେହିପରି କିଛି ଅଧିକାରୀଙ୍କ ବଦଳି ଆଦେଶକୁ ବାତିଲ କରାଯାଇଛି। ପୂର୍ବରୁ ଯେଉଁ ଥାନାକୁ ବଦଳି ହୋଇଥିଲା ତାହାକୁ ବାତିଲ କରାଯାଇ ଅନ୍ୟ ଥାନାକୁ ଯିବା ପାଇଁ ଆଦେଶ ହୋଇଛି। ପ୍ରଥମ ଆଦେଶରେ ଯେଉଁ ଥାନାକୁ ବଦଳି ହୋଇଥିଲା ସେହି ଥାନାରେ କାମ କରିବା ପାଇଁ ଏହି ଅଧିକାରୀମାନେ ଅଯୋଗ୍ୟ ନା ନୂଆ ଥାନା ପାଇଁ ଏମାନେ ବେଶି ଯୋଗ୍ୟ ସେଥିପାଇଁ କାର୍ଯ୍ୟରେ ଯୋଗ ନ ଦେଉଣୁ ସ୍ଥାନାନ୍ତର କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ତାଲିକାରେ ପୁରୀ ସମୁଦ୍ରକୂଳ ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବରଞ୍ଜନ ସେନାପତି ରହିଛନ୍ତି। ତାଙ୍କର ପ୍ରଥମେ ସହିଦନଗର ଥାନା ଅଧିକାରୀ ଭାବରେ ବଦଳି ଆଦେଶ ହୋଇଥିବା ବେଳେ ଆଜି ଖାରବେଳନଗର ଥାନା ଅଧିକାରୀ ଭାବେ ବଦଳି ହୋଇଛି। ସହିଦନଗର ଥାନାକୁ ବିରଞ୍ଚି ପତି ଆସୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର