ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କଲେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ଭଦ୍ରକ ଷ୍ଟେସନରେ ଆଜି ପ୍ରବାସୀ ଓଡ଼ିଆମାନେ ପହଞ୍ଚୁଥିବା ଯୋଗୁଁ, ଅପରାହ୍ନ ୨ ଟାରୁ ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଷ୍ଟେସନରେ ଆଜିଠାରୁ କାଲି ମଧ୍ୟରେ ଏକାଧିକ ଟ୍ରେନରେ ଆସୁଥିବା ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ପହଞ୍ଚିବେ। ଏହାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଭଦ୍ରକ ଷ୍ଟେସନରେ ଆଜି ପ୍ରବାସୀ ଓଡ଼ିଆମାନେ ପହଞ୍ଚିବା ପରେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏଥିରେ ସ୍ଵାବ ଟେଷ୍ଟ କରିବା, ନାମ ପଞ୍ଜିକରଣ କରିବା, ନିଜ ନିଜ ଅଞ୍ଚଳକୁ ନେବା କାର୍ଯ୍ୟ ପ୍ରଶାସନ କରିବାକୁ ଯୋଜନା କରିଛି। ଅଧିକ ସଂଖ୍ୟକ ପ୍ରବାସୀ ଭଦ୍ରକ ଆସୁଥିବାରୁ ପ୍ରଶାସନ ପକ୍ଷରୁ ଆଜି ଅପରାହ୍ନ ୨ ଟାରୁ ଚରମ୍ପା ଅଞ୍ଚଳରେ କର୍ଫ୍ୟୁ ଘୋଷଣା କରାଯାଇଛି। ଆସନ୍ତା କାଲି (୧୩ ତାରିଖ) ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର