ଓଡ଼ିଶା ସିଭିଲ୍‌ ସର୍ଭିସର ୧୦୬ ପଦବି ପୂରଣ ଲାଗି ଆବେଦନ ପତ୍ର ବିକ୍ରି ଆରମ୍ଭ

ଭୁବନେଶ୍ୱର: ଓଡ଼ିଶା ପବ୍ଲିକ୍‌ ସର୍ଭିସ କମିସନ୍‌ (ଓପିଏସ୍‌ସି) ବୁଧବାର ଓଡ଼ିଶାରେ ସିଭିଲ୍‌ ସର୍ଭିସରେ ଖାଲି ଥିବା ପଦବି ପୂରଣ ଲାଗି ଆବେଦନକାରୀଙ୍କୁ ପ୍ରାଥମିକ ପରୀକ୍ଷା ଦେବା ପାଇଁ ଦରଖାସ୍ତ ଆହ୍ଵାନ କରିଛି। ଏଥିଲାଗି ଆବେଦନ ପତ୍ର ନଭେମ୍ବର ୩୦ରୁ ଡିସେମ୍ବର ୧୪ ମଧ୍ୟରେ ଉପଲବ୍ଧ ହେବ। ତେବେ ଓଡ଼ିଶା ସିଭିଲ୍‌ ସର୍ଭିସ ପାଇ ଇଚ୍ଛୁକ ପ୍ରାର୍ଥୀମାନେ ଡିସେମ୍ବର ୧୪ ପୂର୍ବରୁ ଓପିଏସ୍‌ସି ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ରେ ଆବେଦନ କରିପାରିବେ। ଓଡ଼ିଶା ସିଭିଲ୍‌ ସର୍ଭିସର ପରୀକ୍ଷା ସଂପର୍କିତ ସବିଶେଷ ତଥ୍ୟ ନିମ୍ନରେ ଦିଆଗଲା।

ସମୁଦାୟ ୧୦୬ଟି ପଦବି
ଅଣସରଂକ୍ଷିତ: ୫୦(ମହିଳା-୧୫)
ସାମାଜିକ ଏବ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ ୧୩(ମହିଳା-୫)
ଅନୁସୂଚୀତ ଜାତି ୨୧(ମହିଳା-୬)
ଅନୁସୂଚୀତ ଅଣଜାତି୨୨(ମହିଳା-୮)
ଦିବ୍ୟାଙ୍ଗ:୫

ଶ୍ରେଣୀ-୧

ଓଡ଼ିଶା ପ୍ରସାଶନିକ ସେବା, ଗ୍ରୁପ୍‌ ଏ(ଜୁନିୟର୍‌ ବ୍ରାଞ୍ଚ)
ଓଡ଼ିଶା ପୁଲିସ୍‌ ସେବା, ଗ୍ରୁପ୍‌ ଏ(ଜୁନିୟର୍‌ ବ୍ରାଞ୍ଚ)
ଓଡ଼ିଶା ଆର୍ଥିକ ସେବା, ଗ୍ରୁପ୍‌ ଏ(ଜୁନିୟର୍‌ ବ୍ରାଞ୍ଚ)

ଶ୍ରେଣୀ-୨

ଓଡ଼ିଶା ସହଯୋଗୀ ସେବା, ଗ୍ରୁପ୍‌ ବି
ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍‌ ବି
ଓଡ଼ିଶା ଟାକ୍ସସେସନ୍‌ ଆଣ୍ଡ୍‌ ଆକାଉଣ୍ଟ୍‌ସ ସର୍ଭିସ, ଗ୍ରୁପ୍‌ ବି

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଆବେଦନ ପତ୍ର ଉପଲବ୍ଧ ହେବା ତାରିଖ: ୩୦ ନଭେମ୍ବର
ଆବେଦନ କରିବାର ଅନ୍ତିମ ତାରିଖ: ଡିସେମ୍ବର ୧୪
ଟଙ୍କା ଜମା କରିବାର ଶେଷ ତାରିଖ: ଡିସେମ୍ବର ୧୬

ପରୀକ୍ଷା ତାରିଖ: ଡିସେମ୍ବର ୨୪, ୨୦୧୭
ପରୀକ୍ଷା ଫି: ୩୦୦ ଟଙ୍କା

ଯୋଗ୍ୟତା: ସ୍ନାତକ, ବୟସ ସୀମା: ୨୧ରୁ ୩୧ ବର୍ଷ

ପରୀକ୍ଷା ପାଟର୍ଣ୍ଣ: ପେପର୍‌-୧: ଜେନେରାଲ୍‌ ଷ୍ଟଡିଜ୍‌ ୨୦୦ ମାର୍କ, ପେପର୍‌-୨:ଜେନେରାଲ୍‌ ଷ୍ଟଡିଜ୍‌ ୨୦୦ ମାର୍କ।

ସମ୍ବନ୍ଧିତ ଖବର