ପତିତପାବନଙ୍କୁ ଦର୍ଶନ କଲେ ଚେଲ୍ଲା କୁମାର

ପୁରୀ: ଓଡ଼ିଶା ପ୍ରଦେଶ କଂଗ୍ରେସ ନବ ନିଯୁକ୍ତ ପ୍ରଭାରୀ ଡ. ଏ. ଚେଲ୍ଲା କୁମାର ଆଜି ଛଅ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଡ. ଚେଲ୍ଲା କୁମାର ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ ପୁରୀକୁ ଆସି ପତିତପାବନଙ୍କ ଦର୍ଶନ କରିଛନ୍ତି। ଆଜି ଡ. ଚେଲ୍ଲାକୁମାର ବିଜୁ ପଟ୍ଟନାୟକ ବିମ‌ାନ ବନ୍ଦରରେ ଓହ୍ଲାଇବା ପରେ ସିଧାସଳଖ ପୁରୀକୁ ଆସିଥିଲେ। ଏଠାରେ ସିଂହଦ୍ବାର ସମ୍ମୁଖରେ ପହଞ୍ଚି ପତିତପାବନଙ୍କ ଦର୍ଶନ କରିଥିଲେ। ଏହି ଅବସର‌ରେ କରୋନାର ପ୍ରଭାବ ସମୟରେ ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଥିଲେ। ଶ୍ରୀଜଗନ୍ନାଥଙ୍କୁ ପ୍ରଣାମ କରି କାର୍ଯ୍ୟାରମ୍ଭର ଅନୁମତି ନେଇଥିଲେ। ଏହି ଅବସରରେ ତାଙ୍କ ସହିତ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଆସି ଏଠାରେ ପତିତପାବନଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏଠାରେ ତାଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମିୟ କୁମାର ପଟ୍ଟନାୟକ, ମୁଖପାତ୍ର ନିଶିକାନ୍ତ ମିଶ୍ର, ଉପସଭାପତି ବୀରେନ୍ଦ୍ରଭୂଷଣ ହୋତା, ନଗର ସଭାପତି ବିନାୟକ ଦାସ ମହାପାତ୍ର, ଜୟ ନାରାୟଣ ପଟ୍ଟନାୟକ, ଭୀମସେନ ପ୍ରଧାନ, ବିଦ୍ୟୁଲତା ଆଚାର୍ଯ୍ୟ, ବିଶ୍ବକେଶନ ହରିଚନ୍ଦନ, ଉମାକାନ୍ତ ବରାଳ, ବିଶ୍ବଭୂଷଣ ଦାସ, ରାମଚନ୍ଦ୍ର ପ୍ରଧାନ, ବିଶ୍ବନାଥ ଦାଶ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ ଯେ ଡ. ଚେଲ୍ଲା କୁମାର ତାମିଲନାଡ଼ୁର କ୍ରିଷ୍ଣାଗିରୀ ସଂସଦୀୟ କ୍ଷେତ୍ରରୁ ପ୍ରତିନିଧିତ୍ବ କରୁଛନ୍ତି।

ସମ୍ବନ୍ଧିତ ଖବର