ପାଇଖାନା ଟାଙ୍କିରେ ପଡ଼ି ଶିଶୁ ମୃତ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନ୍ଧ ଛକ ନିକଟରେ ନୂତନ ଭାବେ ଖୋଳା ଯାଇଥିବା ଏକ ପାଇଖାନା ଟାଙ୍କିରେ ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତକ ଶିଶୁଜଣକ ହେଉଛି ଟିଙ୍କୁ ପ୍ରଧାନଙ୍କ ୪ ବର୍ଷର ପୁଅ ଆରିୟନ ପ୍ରଧାନ। ଆରିୟନ୍‌ ଖେଳୁଥିବା ବେଳେ ଅସାବଧାନତାବଶତଃ ପାଣି ଭର୍ତ୍ତି ହୋଇଥିବା ଏହି ନୂତନ ଟାଙ୍କିରେ ଗଳି ପଡ଼ି ଥିଲା । ପରିବାର ଲୋକେ ବହୁ ଖୋଜା ଖୋଜି ପରେ ଟାଙ୍କିରୁ ଶିଶୁକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର