ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ୨ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲୋକସଭା ଓ ବିଧାନସଭା ସଚିବାଳୟର ଅଧିକାରୀ ଟ୍ରେନିଂ ଦେଉଥିବାବେଳେ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ଏହି ଟ୍ରେନିଂ ଦିଆଯାଉଛି | ବିଧାନସଭାର ବରିଷ୍ଠ, ଅଭିଜ୍ଞ ଅନୁଭୂତିସଂପନ୍ନ ମନ୍ତ୍ରୀ, ବିଧାୟକ ଓ ଲୋକସଭା ସଚିବାଳୟର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରି ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ନିୟମାବଳୀ ଉପରେ ଆଲୋଚନା କରିବେ ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ସମସ୍ତ ସଦସ୍ୟସଦସ୍ୟା ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି | ନବୀନ କହିଛନ୍ତି ଯେ ସରଳ ହେବା ସହ ଲୋକଙ୍କୁ ଉଚିତ ବ୍ୟବହାର ଦେଖାଅ |

ଗଣତନ୍ତ୍ରର ସଫଳତା ଲୋକଙ୍କ ଉପରେ ନିର୍ଭର କରେ, ଲୋକେ ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ମାଷ୍ଟର ବୋଲି ନବୀନ କହିଛନ୍ତି | ଏହା ନିର୍ବାଚିତ ପ୍ରତିନିଧି ବୁଝିବା ଦରକାର ଏବଂ ଲୋକଙ୍କ ସ୍ବାର୍ଥକୁ ଆଗରେ ରଖି କାମ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି |

ସମ୍ବନ୍ଧିତ ଖବର