ସିଏନ୍‌ଜି, ପିଏନ୍‌ଜି ଦାମ୍ ହ୍ରାସ

ଭୁବନେଶ୍ବର : ଗେଲ୍ ଇଣ୍ଡିଆ ପକ୍ଷରୁ ଭୁବନେଶ୍ବର ଓ କଟକ ପାଇଁ ସିଏନ୍‌ଜି ଓ ପିଏନ୍‌ଜି ମୂଲ୍ୟରେ ହ୍ରାସ ଘୋଷଣା କରାଯାଇଛି। ଭୁବନେଶ୍ବର ପାଇଁ ସିନ୍‌ଜିର କିଲୋପିଛା ମୂଲ୍ୟ ୯୪ ଟଙ୍କା ୭୬ ପଇସାରୁ ହ୍ରାସ ପାଇ ୯୦ ଟଙ୍କା ୨ ପଇସା ହୋଇଛି। ସେହିପରି, କଟକ ପାଇଁ ସିଏନ୍‌ଜି ଦାମ୍‌ ୯୫ ଟଙ୍କା ୧୦ ପଇସାରୁ ହ୍ରାସ ପାଇ ୯୦ ଟଙ୍କା ୩୫ ପଇସା ହୋଇଛି। ଭୁବନେଶ୍ବର ପାଇଁ ପିଏନ୍‌ଜିର ଏସ୍‌ସିଏମ୍‌ ପିଛା ଦାମ୍ ୬୧ ଟଙ୍କା ୬୬ ପଇସାରୁ ହ୍ରାସ ପାଇ ୫୫ ଟଙ୍କା ୪୭ ପଇସା ହୋଇଛି। କଟକ ପାଇଁ ଏହି ଦାମ୍ ୬୧ ଟଙ୍କା ୬୩ ପଇସାରୁ ହ୍ରାସ ପାଇ ୫୫ ଟଙ୍କା ୪୯ ପଇସା ହୋଇଛି।

ବର୍ତ୍ତମାନ ଭୁବନେଶ୍ବର ଓ କଟକରେ ୧୮ଟି ସିଏନ୍‌ଜି ଷ୍ଟେସନ ରହିଛି। ଖୁବ୍‌ଶୀଘ୍ର ଆଉ ୭ଟି ଷ୍ଟେସନ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସିଏନ୍‌ଜି ମୂଲ୍ୟ ହ୍ରାସ ପାଇଥିବାରୁ ୪୦୦୦ ସିଏନ୍‌ଜି ଚାଳିକ ଅଟୋ ରିକ୍ସା ଓ ୫୦୦ ଟ୍ୟାକ୍ସି ଚାଳକ ଉପକୃତ ହେବେ। ପିଏନ୍‌ଜି ଦାମ୍ ହ୍ରାସ ପାଇଥିବାରୁ ଘରେ ତାହାକୁ ଜାଳେଣି ଭାବେ ବ୍ୟବହାର କରୁଥିବା ଲୋକମାନଙ୍କ ଖର୍ଚ୍ଚ କମିବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର