ଫେସ୍‌ବୁକ୍‌ରେ ଛାତ୍ରୀଙ୍କ ଫଟୋ, ଅଶ୍ଳୀଳ ମନ୍ତବ୍ୟ : ଅଭିଯୁକ୍ତ ଜଣକ ମହିଳା, ମା’ ବୟସର

ରାଉରକେଲା : ରାଉରକେଲାରେ ଆଜି ଫେସ୍‌ବୁକ୍‌ରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଅପ୍‌ଲୋଡ୍‌ ସହ ଆପତ୍ତିଜନକ କମେଣ୍ଟ୍‌ ପୋଷ୍ଟ କରାଯାଇଛି। ତେବେ ବିଡ଼ମ୍ବନା ହେଲା-ଏଭଳି କାମ କୌଣସି ପୁରୁଷର ନୁହେଁ, ବରଂ ଛାତ୍ରୀଙ୍କ ମା’ ବୟସର ଜଣେ ମହିଳା ଏହା କରିଛନ୍ତି। ଏ ନେଇ ରାଉରକେଲା ରଘୁନାଥପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି।

ଏତଲା ଅନୁସାରେ ଛାତ୍ରୀଙ୍କ ଫେସ୍‌ବୁକ୍‌ରୁ ତାଙ୍କ ଫଟୋ ନେଇ ଉଦିତନଗରର ଜଣେ ମହିଳା ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରି ଅଶ୍ଳୀଳ କମେଣ୍ଟ ଦେଇଥିଲେ। ସେଥିରେ ସେ ଛାତ୍ରୀଙ୍କ ଚରିତ୍ର ସଂହାର କଲା ଭଳି ମନ୍ତବ୍ୟ ଉଲ୍ଲେଖ କରିଥିବା ବେଳେ ସହରର ଅନେକ ଯୁବକ ତାହାକୁ ଅନୁସରଣ କରି ଅଶ୍ଳୀଳ ମନ୍ତବ୍ୟ ଦେଇ ଚାଲିଛନ୍ତି। ଏହି କାରଣରୁ ଲୋକ ଲଜ୍ଜାରେ ମର୍ମାହତ ଛାତ୍ରୀ ଜଣକ କଲେଜ ଯିବା ବନ୍ଦ କରିଛନ୍ତି। ଆଜି ଛାତ୍ରୀ ଜଣକ ଥାନାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ଏତଲା ଦେବା ସହ ତୁରନ୍ତ ନ୍ୟାୟ ମାଗିଛନ୍ତି। ପୁଲିସ ସମ୍ପୃକ୍ତ ମହିଳାଙ୍କୁ ଡାକି ପଚରାଉଚରା କରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର