ବରପୁତ୍ରଙ୍କୁ ଅସମ୍ମାନ ନେଇ ଜନଆନ୍ଦୋଳନ ହେବ: ନିରଞ୍ଜନ

କ˚ଗ୍ରେସ ବାର୍ତା ଉନ୍ମୋଚିତ

ଭୁବନେଶ୍ବର : ଆଜି କ˚ଗ୍ରେସ ଭବନରେ ‘କ˚ଗ୍ରେସ ବାର୍ତା’ର ସ୍ବତନ୍ତ୍ର ସ˚ଖ୍ୟାକୁ ପ୍ରଦେଶ କ˚ଗ୍ରେସ ସଭାପତି ତଥା କ˚ଗ୍ରେସ ବାର୍ତା ଟ୍ରଷ୍ଟ ମୁଖ୍ୟ ପୃଷ୍ଠପୋଷକ ନିରଞ୍ଜନ ପଟ୍ଟନାୟକ ଉନ୍ମୋଚିତ କରିଛନ୍ତିି। ଏହି ଅବସରରେ ରାଜ୍ୟ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯେଉଁଭଳି ଅପମାନିତ କରୁଛନ୍ତି ତା’ ବିରୁଦ୍ଧରେ ଜନଆନ୍ଦୋଳନ ହେବ ବୋଲି ପିସିସି ସଭାପତି ଚେତାବନୀ ଦେଇଛନ୍ତି।

କ˚ଗ୍ରେସ ବାର୍ତା ଟ୍ରଷ୍ଟ ପକ୍ଷରୁ ପ୍ରକାଶିତ ‘କ˚ଗ୍ରେସ ବାର୍ତା’ ସ˚ପାଦକ ତଥା ପିସିସି ଉପସଭାପତି ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ କହିଥିଲେ, ରାଜ୍ୟର ବରପୁତ୍ରମାନଙ୍କୁ ବିଗତ ୧୮ ବର୍ଷ ଧରି ରାଜ୍ୟ ସରକାର ଅପମାନିତ କରୁଛନ୍ତି। ଆଗାମୀ ଦିନରେ କ˚ଗ୍ରେସ ଦଳର କର୍ମୀମାନେ ତା’ର ଜବାବ ଦେବେ।

ସମ୍ବନ୍ଧିତ ଖବର