ଆଜି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଟିକାର ଉତ୍କଟ ଅଭାବ ପାଇଁ ଟିକାକରଣ ଅଧିବେଶନ ସଂଖ୍ୟା କମି କମି ଚାଲିଛି। ଆଜି ୧୫ଟି ଜିଲ୍ଲାରେ ୧୪୦୮ ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା ବେଳେ ଆସନ୍ତାକାଲି ୯ଟି କେନ୍ଦ୍ରରେ ଟିକାକରଣ କରାଯିବ ନାହିଁ। ସମୁଦାୟ ୨୧୨ଟି ଅଧିବେଶନ ଆୟୋଜିତ କରାଯିବ। ଏଥିରେ ବଲାଙ୍ଗୀର, ବରଗଡ଼, ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର ଓ‌ ସୋନପୁରରେ ଟିକାକରଣ ବନ୍ଦ ରହିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟରେ ମାତ୍ର ୯୨ଟି ଟିକାକରଣ ଅଧିବେଶନ ଆୟୋଜିତ ହୋଇଥିଲା ଓ ୨୧ହଜାର ୮୦୪ଜଣଙ୍କୁ ଟିକା ଦିଆଯାଇଛି। ୪୫ବର୍ଷରୁ ଅଧିକ ୯୧୯୧ ଜଣଙ୍କୁ ଦ୍ବିତୀୟ ଡୋଜ୍‌ ଟିକା ଦିଆଯାଇଥିବା ବେଳେ ୪୩୭୦ଜଣଙ୍କୁ ଦ୍ବିତୀୟ ଡୋଜ୍ ଓ ୧୮-୪୪ବର୍ଷର ୭୫୩୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୫୯ଲକ୍ଷ ୫୧ହଜାର ୩୨୯ଜଣଙ୍କୁ ଟିକା ଦିଆଯାଇଛି। ସେହିପରି ୧୮-୪୪ବର୍ଷର ୨୧,୭୦୨ଜଣ କରୋନା ଟିକା ନେଇ ସାରିଲେଣି। ରାଜ୍ୟରେ ପଞ୍ଜୀକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ, ୮୬ ପ୍ରତିଶତ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧାଙ୍କ ମଧ୍ୟରୁ ୯୭ ପ୍ରତିଶତ ପ୍ରଥମ ଓ ୮୪ ପ୍ରତିଶତ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ରାଜ୍ୟରେ ୧ଲକ୍ଷ ୪ହଜାର ୭୦ଡୋଜ୍‌ର ‘କୋଭିସିଲ୍‌ଡ’, ୩ଲକ୍ଷ ୧୮୦ ଡୋଜ୍‌ର କୋଭାକ୍ସିନ୍ ଓ ରାଜ୍ୟ ସରକାର କିଣିଥିବା ୧ଲକ୍ଷ ୨୮ହଜାର ୩୨୦ ଡୋଜ୍‌ର କୋଭାକ୍ସିନ୍ ଟିକା ମହଜୁଦ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର