ଭିଜିଲାନ୍ସ ଜାଲରେ ରରୁଆଁ ସିଆର୍‌ସିସି

ବାରିପଦା/ରରୁଆଁ : ଲାଞ୍ଚ ନେବା ଅଭିଯୋଗରେ ଜଣେ ସିଆର୍‌ସିସି ଭିଜିଲାନ୍ସ ଜାଲରେ ପଡିଛନ୍ତି। ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ସିଆର୍‌ସିସି। ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଲକ୍‌ରେ ଏପରି ଏକ ଘଟଣା ଘଟିଛି ।

ଘଟଣା ଅନୁସାରେ, ରରୁଆଁ ବ୍ଲକ୍‌ ଅଙ୍ଗାରପଦା ପଞ୍ଚାୟତ ଜଡ଼ିପଦା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ମହାନ୍ତଙ୍କ ବର୍ଧିତ ଦରମା ପାଇବାର ଥିଲା। ତେବେ ଏନେଇ ହେବାକୁ ଥିବା ସରକାରୀ କାମ ସୁରୁଖୁରୁରେ କରାଇଦେବାକୁ କହି ରରୁଆଁ ସିଆର୍‌ସିସି ମଧୁସୂଦନ ନାଏକ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ପ୍ରଧାନଶିକ୍ଷକ ମହାନ୍ତ ଗୋଷ୍ଠୀ ଶିକ୍ଷାକେନ୍ଦ୍ରରେ ସିଆର୍‌ସିସି ନାଏକଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ସେଠାରେ ଲୁଚି ରହିଥିବା ବାରିପଦା ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ଶ୍ରୀ ନାଏକଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ତାଙ୍କୁ ବାରିପଦା ଭିଜିଲାନ୍‌ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର