ସମ୍ବଲପୁରରେ କର୍ଫ୍ୟୁ, ବୁର୍ଲା ରୋଗୀ ହଟହଟା

ବୁର୍ଲା: ହନୁମାନ ଜୟନ୍ତୀରେ ହିଂସାକାଣ୍ଡ ପରେ ସମ୍ବଲପୁର ସହର ଅଶାନ୍ତ ହୋଇ ପଡ଼ିଥିବା ବେଳେ ସାରା ସହରରେ ଅନିର୍ଦ୍ଦିଷ୍ଟକାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ବେଳେ ସ୍ବାସ୍ଥ୍ୟସେବାର ସହର ବୁର୍ଲା ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିଛି। ପ୍ରତିଦିନ ଏଠାକୁ ସମ୍ବଲପୁର ଦେଇ ଚିକିତ୍ସା ପାଇଁ ଶତାଧିକ ରୋଗୀ ଓ ତାଙ୍କ ସଂପର୍କୀୟ ବୁର୍ଲା ଆସୁଥିବା ବେଳେ ସମ୍ବଲପୁର ହିଂସାକାଣ୍ଡ ଯୋଗୁଁ ସେମାନଙ୍କୁ ହଟହଟା ହେବାକୁ ପଡୁଛି। ସମ୍ବଲପୁରରେ ଯାନବାହନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ବହୁ ଲୋକ ବୁର୍ଲାକୁ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି।

ବୁର୍ଲା ସହରରେ ସ୍ଥିତି ସ୍ବାଭାବିକ ଥିବା ବେଳେ ଦୋକାନବଜାର ଖୋଲା ରହିଛି। ତେବେ କିଛି ନିର୍ଦ୍ଦିଷ୍ଟ ସଂପ୍ରଦାୟ ତାଙ୍କ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖିଛନ୍ତି। ଏଣେ ଇଣ୍ଟରନେଟ ସେବା ବନ୍ଦ ରହିଥିବାରୁ ବାହାରୁ ଆସୁଥିବା ଲୋକମାନେ ବ୍ୟାଙ୍କ ନେଣଦେଣରେ ଭୀଷଣ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି। ବହୁ ସରକାରୀ କାର୍ଯ୍ୟାରଳୟ ଓ ବ୍ୟାଙ୍କସେବା ଇଣ୍ଟରନେଟ ସେବା ବନ୍ଦ ଯୋଗୁଁ ପ୍ରଭାବିତ ହୋଇଛି। ଅନେକ ଏଟିଏମ୍ରୁ ଟଙ୍କା ବାହାରୁ ନଥିବା ବେଳେ ଗୁଗୁଲ ପେ, ଫୋନପେ ଭଳି ନେଟ୍ ଟ୍ରାନଜେକ୍ସନ ବନ୍ଦ ରହିଥବାରୁ ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର