ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କର ମୃତଦେହ ଉଦ୍ଧାର, ପାର୍ଥିବ ଶରୀର ନେଇ ଭୁବନେଶ୍ୱର ଆସିବେ ୩ ଜଣିଆ ଟିମ୍
ଭୁବନେଶ୍ୱର: ଓଡ଼ିଆ ପର୍ବତାରୋହୀ କଳ୍ପନା ଦାଶଙ୍କର ମୃତଦେହ ଉଦ୍ଧାର ହୋଇଛି। ଏଭରେଷ୍ଟ ବେସ୍ କ୍ୟାମ୍ପ-୪କୁ କଳ୍ପନାଙ୍କ ମୃତଦେହ ଅଣାଯାଇଛି। ଜଣେ ନେପାଳୀ ସେର୍ପା ମୃତଦେହ ଠାବ କରି ବେସ୍ କ୍ୟାମ୍ପକୁ ଆଣିଥିବା ଜଣାପଡ଼ିଛି। ବେସ୍ କ୍ୟାମ୍ପରୁ କଳ୍ପନାଙ୍କ ମୃତଦେହ କାଠମାଣ୍ଡୁ ପଠାଯିବ। ପରେ ଏହାକୁ ଭୁବନେଶ୍ୱର ଅଣାଯିବ ବୋଲି କ୍ରୀଡ଼ା ବିଭାଗ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ କଳ୍ପନାଙ୍କ ମୃତଦେହ ଆଣିବା ପାଇଁ ଏକ ୩ ଜଣିଆ ଟିମ୍ କାଠମାଣ୍ଡୁ ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ କଳ୍ପନା ଦାଶଙ୍କ ଗୁରୁବାର ଦେହାନ୍ତ ହୋଇଥିଲା। କଳ୍ପନା ନିଜର ଶେଷ ନିଶ୍ୱାସକୁ ଏଭେରେଷ୍ଟ ଶିଖରରେ ହିଁ ତ୍ୟାଗ କରିଥିଲେ। ଦ୍ଵିତୀୟ ଥର ପାଇଁ ଏଭେରେଷ୍ଟ୍ ଆରୋହଣ କରିବାର କିଛି ଘଣ୍ଟା ପରେ ହିଁ ଏଭଳି ଦୁଃଖଦ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ନେପାଳ ପର୍ଯ୍ୟଟନ ବିଭାଗର ନିର୍ଦେଶକ ମୀରା ଆଚାର୍ଯ୍ୟ ଏହି ଖବରକୁ ସ୍ପଷ୍ଟ କରିଥିଲେ। ହିମାଲୟନ୍ ୱେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ମୀରା ଏହି ଖବର ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କଳ୍ପନା ସହିତ ଥିବା ଜଣେ ସେର୍ପା ମଧ୍ୟ କଳ୍ପନାଙ୍କ ପରିବାରକୁ ହ୍ଵାଟସଆପ୍ ମାଧ୍ୟମରେ ମୁତ୍ୟୁ ଘଟିଥିବା ଖବର ଜଣାଇଥିଲେ।
ନେପାଳରୁ କଳ୍ପନା ଦାଶଙ୍କ ମରଶରୀର ଓଡ଼ିଶାକୁ ଅଣାଯିବ। ଏ ନେଇ ନେପାଳରେ ଭାରତୀୟ ଦୂତାବାସକୁ ଚିଠି ରାଜ୍ୟ କ୍ରୀଡ଼ା ସଚିବ ଚିଠି ଲେଖିଛନ୍ତି। ଚିଠିରେ ସଚିବ ଉଲ୍ଲେଖ କରିଛନ୍ତି ଯେ, କଳ୍ପନାଙ୍କ ମରଶରୀର ଆଣିବା ପାଇଁ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ନିଜର ତୃତୀୟ ପ୍ରୟାସରେ ୨୦୦୮ ମସିହାରେ କଳ୍ପନା ଏଭେରେଷ୍ଟ୍ ଆରୋହଣ କରି ଓଡ଼ିଶା କ୍ରୀଡ଼ାରେ ନୂଆ ଇତିହାସ ରଚିଥିଲେ। ୨୦୦୪ ଏବଂ ୨୦୦୬ରେ ଖରାପ ପାଣିପାଗ କାରଣରୁ ଅଧାରୁ ଫେରିଥିବା ଏହି ଢେଙ୍କାନାଳ ଝିଅ କିନ୍ତୁ ନିଜ ଅଦମ୍ୟ ସାହାସ ଦେଖାଇ ୨୦୦୮ ମସିହାରେ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ିଥିଲେ। ଏଥର କିନ୍ତୁ ପ୍ରଥମ ଭାରତୀୟ ଭାବେ ଏଭେରେଷ୍ଟ୍ ଶିଖର ପହଞ୍ଚି ନୂଆ କୀର୍ତିମାନ କରି ନେଇଥିଲେ। ଏହି ଖବର ପ୍ରସାରିତ ହେବା ପୂର୍ବରୁ କିନ୍ତୁ ଶିଖରରୁ ଫେରିବା ବାଟରେ ଅସୁସ୍ଥ ହୋଇ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ବାଲାକୋନି ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନ ୧୨.୪୫ ମିନିଟରେ ତାଙ୍କ ଦେହାନ୍ତ ହୋଇଥିଲା।