ରେଳ ଲାଇନ୍ କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି କରଲା ଫାଟକ ରେଳ ଲାଇନ କଡ଼ରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଜଣକ ହେଲେ ବେଲପଡ଼ା ଗାଁର ମହେନ୍ଦ୍ର ପୋଡ଼ । ମହେଦ୍ର ଡ୍ରାଇଭର ଭାବେ କଣ୍ଟାବାଞ୍ଜିର ଏକ ଟ୍ରାନ୍ସପୋର୍ଟ କମ୍ପାନିରେ କାମ କରୁଥିଲେ ।

ପରିବାର ଲୋକ ଏହା ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କଣ୍ଟାବାଞ୍ଜି ଏସଡିପିଓ, ଥାନା ଅଧିକାରୀ, ଜିଆରପି, ଆରପିଏଫ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି।  ମହେନ୍ଦ୍ର ଏକ ପିକଅପ ଗାଡ଼ିରେ ରାୟପୁରରୁ କିଛି ସାମଗ୍ରୀ ନେଇ କଣ୍ଟାବାଞ୍ଜି ଆସୁଥିଲେ । ତେବେ କରଲା ଫାଟକ ରେଳ ଲାଇନ କଡ଼ରେ ତାର ମୃତ୍ୟୁ ଦେହ ପଡ଼ିଥିବା ବେଳେ ପିକଅପ ଗାଡି ରାସ୍ତା କଡରେ ଛିଡ଼ା ହୋଇଥିବା ଦେଖାଯାଇଛି ।

ଗାଡ଼ି ମାଲିକ ଶବ ଚିହ୍ନଟ କରିବା ପରେ ପରିବାରଲୋକଙ୍କୁ ଖବର ଦେଇଥିଲେ । ତେବେ ପରିବାର ଲୋକ ହତ୍ୟା ବୋଲି ସନ୍ଦେହ କରୁଥିବା ବେଳେ ପୁଲିସ ମଧ୍ୟ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି । ଅନ୍ୟ ପକ୍ଷରେ, ମୃତ ମହେନ୍ଦ୍ରଙ୍କ ଭିଣୋଇ ମଧ୍ୟ ଏହା ଏକ ହତ୍ୟାକାଣ୍ଡ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସମ୍ବନ୍ଧିତ ଖବର