ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ସାତ ଶହ ଅତିକ୍ରମ କଲା, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୧୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏମାନଙ୍କ ଭିତରୁ ୨୮ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୪୬ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ କେତେଜଣ ଆକ୍ରାନ୍ତ ଅଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୫୫, ଖୋର୍ଦ୍ଧାରେ ୪୦୪,  ଯାଜପୁରରେ ୩୫୦, କଟକରେ ୩୪୬, ବାଲେଶ୍ବରରେ ୨୫୬, ପୁରୀରେ ୨୦୪, କେନ୍ଦ୍ରାପଡ଼ାରେ ୧୯୩, ଭଦ୍ରକ ଜିଲ୍ଲାରେ ୧୮୦, ଜଗତସିଂହପୁର ଜିଲ୍ଲାରେ ୧୭୪, ଗଜପତିରେ୧୬୩, ବଲାଙ୍ଗୀରରେ ୧୪୮, କନ୍ଧମାଳରେ୧୪୭, ସୁନ୍ଦରଗଡ଼ରେ ୧୪୦, ମୟୂରଭଞ୍ଜରେ ୧୨୬, ନୟାଗଡ଼ରେ ୧୧୨, କେନ୍ଦୁଝରରେ ୮୦, ନୂଆପଡ଼ାରେ ୭୯, କଳାହାଣ୍ଡିରେ ୬୪, ଢେଙ୍କାନାଳରେ ୫୨, ବରଗଡ଼ ଜିଲ୍ଲାରେ ୫୦, ମାଲକାନଗିରିରେ ୪୮, ଅନୁଗୁଳରେ ୪୮, ଦେବଗଡ଼ରେ ୪୦ , ବୌଦ୍ଧରେ ୪୦, ସୁବର୍ଣ୍ଣପୁର ଜିଲ୍ଲାରେ ୩୧, କୋରାପୁଟରେ୨୩, ଝାରସୁଗୁଡ଼ାରେ ୧୯, ରାୟଗଡ଼ା ଜିଲ୍ଲାରେ ୧୨ ଓ ନବରଙ୍ଗପୁର ଜିଲ୍ଲାରେ ୯ରେ ପହଞ୍ଚିଛି।

ଏବେ ରାଜ୍ୟରେ ମୋଟ୍ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୫୧ ରହିଛି। ଅପରପକ୍ଷରେ ୧୧ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ତିନି ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର