ଝାରସୁଗୁଡ଼ାରେ ସଂକ୍ରମିତଙ୍କ ସଂଖ୍ୟା ୪୦୦, ଜାଣନ୍ତୁ କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି

ଭୁବନେଶ୍ବର: ଆଜି ରାଜ୍ୟରେ ୧୫୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୯୩୯ ଓ ସ୍ଥାନୀୟ ଅଞ୍ଚଳରୁ ୫୮୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭,୪୫୫କୁ ବୃଦ୍ଧି ପାଇଛି।
ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଏଯାବତ୍ କେତେଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରଦତ୍ତ ସୂଚନା ଅନୁଯାୟୀ ଏଯାବତ୍ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩,୦୮୮ ଥିବା ବେଳେ ଖୋର୍ଦ୍ଧାରେ ୬୬୬୩, କଟକରେ ୩୨୦୨, ଗଜପତିରେ ୨୦୨୦, ଯାଜପୁରରେ ୧,୬୩୪, ବାଲେଶ୍ବରରେ ୧,୪୩୪, ଜଗତସିଂହପୁର ଜିଲ୍ଲାରେ ୮୯୨, ପୁରୀରେ ୧୨୯୯, କେନ୍ଦ୍ରାପଡ଼ାରେ ୬୬୮, ଭଦ୍ରକ ଜିଲ୍ଲାରେ ୯୮୪, ସୁନ୍ଦରଗଡ଼ରେ ୨୩୬୨, ବଲାଙ୍ଗୀରରେ ୬୯୬, କନ୍ଧମାଳରେ ୯୧୬, ମୟୂରଭଞ୍ଜରେ ୯୧୮, କୋରାପୁଟରେ ୧,୨୭୧, ନୟାଗଡ଼ରେ ୧୦୪୧, କେନ୍ଦୁଝରରେ ୧୦୪୩, ନୂଆପଡ଼ାରେ ୧୮୭, ଝାରସୁଗୁଡ଼ାରେ ୪୦୦, ଢେଙ୍କାନାଳରେ ୬୬୭, କଳାହାଣ୍ଡିରେ ୫୧୮, ବରଗଡ଼ ଜିଲ୍ଲାରେ ୬୪୪, ଅନୁଗୁଳରେ ୪୩୯, ମାଲକାନଗିରିରେ ୯୨୬, ସମ୍ବଲପୁରରେ ୧୧୬୯, ରାୟଗଡ଼ାରେ ୧,୫୦୬, ବୌଦ୍ଧରେ ୨୧୦, ସୋନପୁର ଜିଲ୍ଲାରେ ୧୭୪, ଦେବଗଡ଼ ଜିଲ୍ଲାରେ୧୦୧ ଓ ନବରଙ୍ଗପୁର ଜିଲ୍ଲାରେ ୩୮୩ରେ ପହଞ୍ଚିଛି।


ଏବେ ରାଜ୍ୟରେ ମୋଟ୍ ୩୧,୭୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୩୩୪ ରହିଛି। ଏଣେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର