ପିଲାଙ୍କ ମୁଁହରେ ହସ ଫୁଟାଇଲେ: ମୁଖ୍ୟ ଶାସନ ସଚିବ ଓ ପାଣ୍ଡିଆନଙ୍କ ଭିନ୍ନ ଦୀପାବଳି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ଦୁଇ ବରିଷ୍ଠ ଅଧିକାରୀ | ଜଣେ ହେଉଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ଜଣେ ୫ଟି ସଚିବ ଭି କେ ପାଣ୍ଡିଆନ | ମୁଖ୍ୟମନ୍ତ୍ରୀ ନିଆରା ଦୀପାବଳି ପାଳନର ଆହ୍ୱାନ ପରେ ଆଜି ଦେଖିବାକୁ ମିଳିଥିଲା ଭିନ୍ନ ଓ ସୁନ୍ଦର ଦୃଶ୍ୟ | ରାଜ୍ୟର କୋଣ ଅନୁକୋଣରେ ଜିଲ୍ଲାପାଳ ଓ ଏସପି ଶିଶୁ ସୁରକ୍ଷା କେନ୍ଦ୍ର ସହ ସ୍ଵଧାର ଗୃହରେ କୁନି ଶିଶୁ, ଭିନ୍ନକ୍ଷମ ଓ ଅସହାୟ ମହିଳାଙ୍କ ସହ ଦୀପାବଳି ପାଳିଥିବାବେଳେ ଏଥିରୁ କିଭଳି ବା ବାଦ ପଡିଥାନ୍ତେ ଦୁଇ ବରିଷ୍ଠ ଅଧିକାରୀ |

ମୁଖ୍ୟ ଶାସନ ସଚିବ ଭୁବନେଶ୍ୱରରେ ଥିବା ଚେତନା ଗୃହକୁ ଯାଇ ମିଠା ବାଣ୍ଟିବା ସହ ଶବ୍ଦ ବିହୀନ ବାଣ ଫୁଟାଇ ଦୀପାବଳି ପାଳନ କରିଥିଲେ | ସେହିପରି ୫ଟି ସଚିବ ଭି କେ ପାଣ୍ଡିଆନ କଳିଙ୍ଗ ଷ୍ଟାଡିୟମରେ ଥିବା ସ୍ପୋର୍ଟ୍ସ ହଷ୍ଟେଲ ଯାଇ ଅନ୍ତେବାସୀଙ୍କ ସହ ଦୀପାବଳି ପାଳନ କରିଥିଲେ |

ଏଠାରେ ସେ ପିଲାମାନଙ୍କୁ ମିଠେଇ ବଣ୍ଟନ କରିବା ସହ ପିଲାମାନଙ୍କ ସହ ବସି ଖାଇଥିଲେ | କିଭଳି ସେମାନେ ରହୁଛନ୍ତି ସେମାନଙ୍କ ଆବଶ୍ୟକତାକୁ ଅନୁଭବ କରିବା ସହ ଉନ୍ନତି କରାଯିବା ନେଇ ଆଶ୍ୱାସନା ଦେଇଥିଲେ |

ସମ୍ବନ୍ଧିତ ଖବର