ଅଭିନ ଚନ୍ଦ୍ର ହୋମିଓ ପାଥିକ ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ୨୩ରେ

ଭୁବନେଶ୍ବର : ଭୁବନେଶ୍ବରରେ ୧୯୬୯ ମସିହାରେ ପ୍ରତିଷ୍ଠିତ ଡା ଅଭିନ ଚନ୍ଦ୍ର ହୋମିଓ ପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଚଳିତ ମାସ ୨୩ ଓ ୨୪ ତାରିଖ (ଶନିବାର ଏବଂ ରବିବାର) ପାଳିତ ହେବ। ରାଜ୍ୟର ଏହି ପ୍ରଥମ ସରକାରୀ ହୋମିଓ ପାଥିକ ମହାବିଦ୍ୟାଳୟରୁ ବର୍ତମାନ ସୁଦ୍ଧା ୫୦ଟି ବ୍ୟାଚ ସ୍ନାତକ ଚିକିତ୍ସକ ରାଜ୍ୟ ତଥା ଦେଶର ବିଭିନ୍ନ ପଦପଦବିରେ ରହି ସେବା ପ୍ରଦାନ କରି ଆସୁଛନ୍ତି l ଏହି ଗୌରବ ମୟ ସମାରୋହରେ ମହାବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକାମାନେ ୨୩ ସକାଳେ ଯୋଗ ଦେବାପାଇଁ ସମାରୋହର ଅଧ୍ୟକ୍ଷ ଡାକ୍ତର ନିର୍ମଳ ମହାପାତ୍ର ଅନୁରୋଧ କରିଛନ୍ତି I

ସମ୍ବନ୍ଧିତ ଖବର