ସ୍ବର୍ଣ୍ଣିମ ବେଳାଭୂମିର ସୁରକ୍ଷା ଏମିତି , ସମୁଦ୍ରରେ ମିଶୁଛି ଡ୍ରେନ୍ ପାଣି

ପୁରୀ : ଦୁଇଟି କାରଣ ପାଇଁ ପୁରୀକୁ ଦୈନିକ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟେ। ପ୍ରଥମଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଏବଂ ଦ୍ବିତୀୟରେ ଆକର୍ଷଣୀୟ ସ୍ବର୍ଣ୍ଣିମ ବେଳାଭୂମି। ଶ୍ରୀକ୍ଷେତ୍ରରେ ପାଦ ଥାପିବା ପରେ ଶ୍ରଦ୍ଧାଳୁ, ପର୍ଯ୍ୟଟକ ମହାପ୍ରଭୁଙ୍କ ଦର୍ଶନଲାଭ ପରେ ଛୁଟିଯାଆନ୍ତି ବେଳାଭୂମିର ନୈସର୍ଗିକ ଶୋଭାରାଜି ଉପଭୋଗ କରିବାକୁ। ହେଲେ ସମୁଦ୍ରର ନୀଳ ଜଳରାଶିରେ ବର୍ଷା ଓ ଡ୍ରେନ୍‌ର ଆବର୍ଜନା ପାଣି ମିଶିବା ଦୃଶ୍ୟ ସମସ୍ତଙ୍କୁ ବିଚଳିତ କଲାଣି। ବେଳାଭୂମି ସୁରକ୍ଷ‌ା ନାଁରେ ଫି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ପୁରୀ ସ୍ବର୍ଣ୍ଣିମ ବେଳାଭୂମି ସୁରକ୍ଷିତ ରହିବା ବଦଳରେ କିଭଳି ଧ୍ବଂସ ଓ ପ୍ରଦୂଷିତ ହୋଇଚାଲିଛି ତାହା ଗୁରୁବାର ଅସରାଏ ବର୍ଷାରୁ ଜଳଜଳ ଦିଶୁଛି। ଦିଗବାରେଣୀରୁ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ସବୁଠୁ ଅଧିକ ଗହଳଚହଳ ବେଳାଭୂମି ଅଞ୍ଚଳରେ ବର୍ଷା ଓ ଆବର୍ଜନା ପାଣି ଡ୍ରେନ୍ ଡେଇଁ ସିଧା ସମୁଦ୍ରରେ ମିଶିଥିଲା। ଏହି ଫଟୋ ହିଁ ବେଳାଭୂମିକୁ କିଭଳି ନଷ୍ଟ କରୁଛି ତାହା ସୂଚାଉଛି।

ସମ୍ବନ୍ଧିତ ଖବର