ବତକ ମରିଯିବାରୁ ମାରପିଟ୍‌, ୩ ଗିରଫ

କୋରେଇ: କୋରେଇ ଥାନା ଅନ୍ତର୍ଗତ ତୁଳତୀ ଗ୍ରାମରେ ଜନୈକ ବ୍ୟକ୍ତିଙ୍କ ଜାଲରେ ଏକ ବତକ ପଶିଯାଇ ମରିଯିବାରୁ ମାରପିଟ୍‌ ହୋଇଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୋଗ ମୁତାବକ, ତୁଳତୀ ଗ୍ରାମରେ ଥିବା ଏକ ପୋଖରୀରେ ଭଗବାନ ସିଂ ଓରଫ୍ ମିଥୁନ(୩୦) ମାଛ ଧରିବା ପାଇଁ ନଖାଜାଲ ବିଛାଇଥିଲେ।

ଏହି ଗ୍ରାମର ରାମ ସିଂ (୫୩)ଙ୍କର ଏକ ବତକ ଜାଲରେ ଛନ୍ଦିହୋଇ ମରିଯାଇଥିଲା। ବତକ ମରିବାକୁ ନେଇ ଦୁହିଁଙ୍କ ପରିବାର ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ଏଥିରେ ୨ ଜଣ ଆହତ ହୋଇଥିଲେ। ମିଥୁନଙ୍କ ସମ୍ପର୍କୀୟ ନାରାୟଣ ସିଂ ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ରାମ ସିଂ ମଧ୍ୟ ପାଲଟା ଅଭିଯୋଗ କରିଥିଲେ। ଉଭୟଙ୍କ ଅଭିଯୋଗ ଆଧାରରେ ଥାନା କେସ୍‌ ନମ୍ବର ୧୭୪/୨୨ରେ ମିଥୁନକୁ ଗିରଫ କରାଯାଇଥିବା ବେଳେ ୧୭୩/୨୨ରେ ରାମ ସିଂ ଓ ମାନସ ସିଂକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର