ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିସନ୍‌ଙ୍କ ନୋଟିସ୍‌

ଭୁବନେଶ୍ୱର : ୨୦୧୪ ନିର୍ବାଚନରେ ଖର୍ଚ୍ଚ ଅନିୟମିତତା ମାମଲାରେ ବିଜେଡି ପାଇଁ ଅଡ଼ୁଆ ବଢ଼ିଛି। ନିର୍ବାଚନ କମିସନ୍‌ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୋଟିସ୍‌ କରିଥିବା ସୂଚନା ମିଳିଛି। ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ ‘ଟାଇମ୍‌ସ୍‌ ନାଓ’ ପକ୍ଷରୁ ଏ ସମ୍ପର୍କିତ ଖବର ପ୍ରକାଶ କରାଯାଇଛି। ଅନ୍ୟପକ୍ଷରେ ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ସେ ଏହା ଶୁଣିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ନୋଟିସ୍‌ ମିଳିନାହିଁ। ନୋଟିସ୍‌ କପି ମିଳିଲା ପରେ ଆବଶ୍ୟକ ଉତ୍ତର ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମିଥ୍ୟା ସତ୍ୟପାଠ କରିଥିବା ନେଇ ଅଭିଯୋଗ ହୋଇଥିଲା। ତାଙ୍କ ନିର୍ବାଚନ ବାତିଲ୍‌ କରିବା ପାଇଁ ସାମାଜିକ କର୍ମୀ ସୁବାସ ମହାପାତ୍ର ଓ ହିଞ୍ଜିଳିରୁ ପରାଜିତ ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଆବେଦନ କରିଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମାମଲାଟି ଏବେ ନିର୍ବାଚନ କମିସନ୍‌ଙ୍କ କୋର୍ଟରେ ରହିଛି।

ସମ୍ବନ୍ଧିତ ଖବର