ଧାନଫସଲ ନଷ୍ଟ କଲେ ହାତୀ

ରାଇସୁଆଁ: ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଝାରବେଡା ଗ୍ରାମର ପଦ୍ମଚରଣ ନାୟକଙ୍କ ଗାଡିଆନାଳି ଚକର ଖାତା ନଂ ୯୩ , ପ୍ଲଟ ୪୭ ଶାରଦ ଦୁଇ ଏ ୨,୩୫ ଡିସିମିଲ ଜମିର ଧାନ ଫସଲକୁ ଗତକାଲି ବିଳମ୍ବିତ ରାତିରେ ହାତୀପଲ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଗରିବ ଚାଷୀ ବନବିଭାଗ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଷ୍ଟ ହୋଇଥିବା ଫସଲର ଫଟୋ ଉତ୍ତୋଳନ କରିବା ସହିତ କ୍ଷୟକ୍ଷତି ଆକଳନ କରିଛନ୍ତି। ଗରିବ ଦିନମଜୁରିଆ ଧାନ ଚାଷୀ ପଦ୍ମଚରଣକୁ ତୁରନ୍ତ କ୍ଷତି ପୂରଣ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସେହିପରି ବିମଳା ଫରେଷ୍ଟ ସେକ୍ସନର କୁଡୁବିଲ ଗ୍ରାମର ବୀଣାପାଣି ମହାନ୍ତ ସ୍ୱାମୀ ମହୁର ମହାନ୍ତଙ୍କର ତାଳମୁଣ୍ଡା ଚକର ଖାତା ୧୨ ପ୍ଲଟ ୨୭୩ ,ଏ, ୧ ୬୪ ଡିସିମିଲ ଜମିର ପାଚିଲା ଧାନ ଫସଲକୁ ଗତକାଲି ବିଳମ୍ବିତ ରାତିରେ ୧୪ ଟିକିଆ ହାତୀପଲ ପଶି ଖାଇବା ସହିତ ଦଳିମକଚି ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦେଇଛନ୍ତି। ଗରିବ ଚାଷୀ ମେରୁଦଣ୍ଡ ଭାଙ୍ଗି ଦେଇଛନ୍ତି। କିପରି ଯେ ପରିବାର ପ୍ରତିପୋଷଣ କରିବେ ସେଥିନେଇ ବୀଣାପାଣି ଚିନ୍ତାରେ ପଡିଯାଇଛନ୍ତି।  ବନବିଭାଗ ସରଜମିନ ତଦନ୍ତ କରି ଚାଷୀଙ୍କୁ କ୍ଷତି ପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର