କଲ୍ୟାଣ ମଣ୍ଡପ ପାଇଁ ଜବରଦଖଲ ଉଚ୍ଛେଦ

କେସିଙ୍ଗା : ସରକାରୀ ଜମିକୁ ଜୋରଜବରଦସ୍ତି ଜଣେ ବ୍ୟକ୍ତି ଦଖଲ କରିଥିବାରୁ ଏନ୍‌ଏସି କଲ୍ୟାଣ ମଣ୍ଡପ ନିର୍ମାଣ କାମ ବାଧାପ୍ରାପ୍ତ ହେଉଥିଲା। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଜବରଦଖଲକାରୀଙ୍କ ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ଉଚ୍ଛେଦ କରିଛି। ଏନ୍‌ଏସି ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କ ତତ୍ୱାବଧାନରେ ମାଜିଷ୍ଟ୍ରେଟ୍‌ ଭାବେ ସ୍ଥାନୀୟ ତହସିଲଦାର, ଆଇଆଇସି ସତ୍ୟ ନନ୍ଦଙ୍କ ଉପସ୍ଥିତିରେ ଉଚ୍ଛେଦ ହୋଇଥିଲା। ଖୁବ୍‌ଶୀଘ୍ର ଟେଣ୍ଡର ହୋଇ କଲ୍ୟାଣ ମଣ୍ଡପ କାର୍ଯ୍ୟ ଆରମ୍ଭ ହେବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର