ସୀମାନ୍ତରେ ଗୁଳିବିନିମୟ; ମାଓ କ୍ୟାମ୍ପ ଧ୍ବଂସ, ବିପୁଳ ପରିମାଣରେ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାରେ ପୁଲିସ-ନକ୍ସଲ ଗୁଳିବିନିମୟ ଘଟିଛି। ଆଜି ସକାଳେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଗୋରଗୁଣ୍ଡା ଜଂଗଲରେ କୁମ୍ବିଂ କରୁଥିବା ବେଳେ ନକ୍ସଲ ଯବାନଙ୍କ ଉପରେ ଅତର୍କିତ ଗୁଳି ଚଳାଇଥିଲେ। ଦୀର୍ଘ ୪ ଘଣ୍ଟା ଧରି ଗୁଳିବିନିମୟ ଘଟିଥିବା ଜଣାପଡିଛି। ନକ୍ସଲ ନେତା ଚେତୁର ଏକ ଟିମ ଏହି ଜଂଗଲରେ କ୍ୟାମ୍ପ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା।

ସୂଚନା ମୁତାବକ ଯବାନ ଏହି ଜଂଗଲରେ ଚଢାଉ କରିଥିଲେ। ପ୍ରାୟ ୧୦ଟି କ୍ୟାମ୍ପ ଧ୍ବଂସ କରାଯାଇଥିବା କୁହାଯାଇଛି। ଏକେ-୪୭ ବନ୍ଧୁକ ସହ ବିସ୍ଫୋରକ ଏବଂ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।ତେବେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବହୁ ସ୍ଥାନରେ ରକ୍ତ ପଡିଥିବା ଦେଖିବାକୁ ମିଳିଛି। ବହୁ ନକ୍ସଲ ମୃତାହତ ହୋଇଥିବା ଏସପି ଅଭିଷେକ ପଲ୍ଲବ ପ୍ରକାଶ କରିଛନ୍ତି। ବର୍ତ୍ତମାନ ମଧ୍ୟ ଯବାନ ନକ୍ସଲଙ୍କର ପିଛା କରୁଥିବା ଜଣାପଡିଛି। ମାଓବାଦୀଙ୍କୁ ଏହି ଗୁଳିବିନିମୟରେ ବହୁ କ୍ଷତି ହୋଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର