କାରଖାନାରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସ˚ପତ୍ତି ନଷ୍ଟ

ରାୟଗଡ଼ା : ସ୍ଥାନୀୟ ରଇତ କୋଲେନି ସ୍ଥିତ କାର୍ଡ ବୋର୍ଡ କାରଖାନାରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପେପର ପ୍ଲେଟ ନଷ୍ଟ ହୋଇଯାଇଛି। ଅଗ୍ନିସେବା ଦଳ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ଗୋଦାମରେ ଗଚ୍ଛିତ ଥିବା ସମସ୍ତ ପେପର ପ୍ଲେଟ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ସାଢେ ୯ଟା ସମୟରେ ରଇତ କୋଲେନି ସପ୍ତମ ଗଳିରେ ଏକ ଭଡ଼ା ଘରେ ଚାଲିଥିବା କାର୍ଡ ବୋର୍ଡ କାରଖାନାରେ କୈାଣସି କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମ ଫଳରେ ନିଆଁ ଆୟତ୍ତ ହୋଇଥିଲା । ଏହି କାର୍ଡବୋର୍ଡ କାରଖାନାରେ ମୁଖ୍ୟତଃ ପେପର ପ୍ଲେଟ ତିଆରି ହେଉଥିଲା । କାରଖାନା ପଛରେ ଥିବା ଗୋଦାମରେ ବି ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସ˚ପତି ନଷ୍ଟ ହୋଇଥିବା କୁହାଯାଉଛି । କାରଖାନାର ମାଲିକ ସୁମନ୍ତ ମହାରଣା ଏଥିନେଇ ପୁଲିସ ନିକଟରେ କୈାଣସି ରିପୋର୍ଟ ଦେଇନଥିବା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭାତ୍ରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର