ତଣ୍ଟିରେ ଲାଖିଥିବା କଉ ମାଛ ବାହାରିଲା

କେନ୍ଦୁଝର : ପୋଖରୀରେ ମାଛ ଧରୁଥିବା ବେଳେ ପାଟିରେ କଉ ମାଛ ପଶିଯାଇଥିଲା। ତଣ୍ଟିରେ ମାଛ ଲାଖି ରହିବା ପରେ ବିକଳରେ ଛଟପଟ ହୋଇ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିଲେ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ୍‌ ରୁଗୁଡି ଗାଁ’ର ଶିବା ନାଏକ(୧୨)। ସେଠାରେ ତାଙ୍କ ତଣ୍ଟିରୁ ମାଛ ବାହାର କରିଯିବା ପରେ ସେ ଯନ୍ତ୍ରଣାରୁ ମୁକୁଳିଥିଲେ।

ଗତକାଲି ମଧ୍ୟାହ୍ଣରେ ନିଜ ଗାଁ ପୋଖରୀରେ ଶିବା ମାଛ ଧରୁଥିବାବେଳେ ହଠାତ୍‌ ଏକ କଉ ମାଛ ପାଟି ଭିତରେ ପଶି ଯାଇଥିଲା। ଏହି କଉଟି ତଣ୍ଟିରେ ଲାଖି ଯାଇଥିବା ବେଳେ ଆଉ ଆଗକୁ ଆସିଲା ନାହିଁ କି ପେଟ ଭିତରକୁ ଯାଇପାରିଲା ନାହିଁ। ଫଳରେ ଶିବା ଯନ୍ତ୍ରଣାରେ ଛାଟିପିଟି ହୋଇ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଏବଂ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ସଙ୍ଗେ ସଙ୍ଗେ ଏକ ଚିମୁଟା ସାହାଯ୍ୟରେ ତଣ୍ଟିରେ ଲାଗିଥିବା କଉ ମାଛକୁ ବାହାର କରି ଦେଲେ । ଫଳରେ ଦୀର୍ଘ ସମୟ ଧରି ଯନ୍ତ୍ରଣାରେ ଛଟପଟ ହେଉଥିବା ଶିବା ଟିକେ ଆଶ୍ୱସ୍ତ ହୋଇଥିଲା ।

ସମ୍ବନ୍ଧିତ ଖବର