ପୁରୁଣାକଟକ ଗଣପତିନଗରରେ ବନ ବିଭାଗ ଚଢ଼ଉ, ଲକ୍ଷାଧିକ ଟଙ୍କାର କାଠପଟା ଓ ସାମଗ୍ରୀ ଜବତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଣପତିନଗରରେ ବୁଧବାର ସକାଳେ ବନ ବିଭାଗ ପକ୍ଷରୁ ଚଢ଼ଉ କରି ଗୋଟିଏ ଘରୁ ପାଖାପାଖି ସାଢେ ୪ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କାଠ ଜବତ ହୋଇଛି।

ବୌଦ୍ଧ ଡିଏଫ୍‌ଓ ଯଶୋବନ୍ତ ସେଠୀଙ୍କ ନିର୍ଦ୍ଦେଶରେ ପୁରୁଣାକଟକର ଗଣପତିନଗର ସ୍ଥିତ ଅବଧୁତ ଥାର୍ଟିଙ୍କ ଘରେ ଚଢ଼ଉ କରାଯାଇଥିଲା। ଯାଞ୍ଚ ବେଳେ ବିଭିନ୍ନ କୋଠରିରୁ ବେଆଇନ ଭାବେ ରଖାଯାଇଥିବା ଶାଗୁଆନ ପଟାରେ ତିଆରି ହେଉଥିବା ଅର୍ଧ ନିର୍ମିତ ୫ଟି କବାଟ, ୯ଟି ଝରକା ସମେତ ୪୦ ଖଣ୍ଡ ଶାଳ କାଠ ଓ ୨୫ ଖଣ୍ଡ ଶାଗୁଆନ କାଠକୁ ମିଶାଇ ସମୁଦାୟ ୨୮.୫୯୫ ସିଏଫ୍‌ଟି କାଠ ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ୪ଲକ୍ଷରୁ  ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି। ତେବେ ଅବଧୂତ ଅସୁସ୍ଥ ଥିବା କାରଣରୁ ତାଙ୍କୁ ଗିରଫ କରାନଯାଇ ବେଳେ ଏ ନେଇ ଏକ ମାମଲା ରୁଜୁ କରାଯାଇଛି। ଏସିଏଫ୍‌ ରାଜେନ୍ଦ୍ର ଗୋଚ୍ଛାୟତଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ବୌଦ୍ଧ ମୋବାଇଲ ଟିମ ଓ ପୁରୁଣାକଟକ ବନ ବିଭାଗର ରେଞ୍ଜର, ଫରେଷ୍ଟର ଓ ସମସ୍ତ ବନ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର