ପୁରୀରୁ ଶାଲିମାର ମଧ୍ୟରେ ଚାଲିବ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍: ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ, ୩ଟି ସାପ୍ତାହିକ
ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ
ଭୁବନେଶ୍ୱର: ପୁରୀ ଏବଂ ଶାଲିମାର ମଧ୍ୟରେ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ଚାରି ଯୋଡ଼ା ମଧ୍ୟରୁ ଗୋଟିଏ ଦ୍ୱି-ସାପ୍ତାହିକ ଗରିବ ରଥ ସ୍ୱତନ୍ତ୍ର ଟ୍ରେନ୍ ଏବଂ ୩ଟି ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅନ୍ତର୍ଭୁକ୍ତ।
Sambad is now on WhatsApp
Join and get latest news updates delivered to you via WhatsApp
୦୮୪୬୬/୦୮୪୬୫ ପୁରୀ-ଶାଲିମାର-ପୁରୀ ଗରିବ ରଥ ସ୍ୱତନ୍ତ୍ର ଟ୍ରେନ୍ ଅଗଷ୍ଟ ମାସ ୧୧ ତାରିଖରୁ ପୁରୀ ଠାରୁ ପ୍ରତ୍ୟେକ ସୋମବାର ଏବଂ ବୁଧବାର ଦିନ ଏବଂ ଅଗଷ୍ଟ ମାସ ୧୨ ତାରିଖରୁ ଶାଲିମାର ଠାରୁ ପ୍ରତ୍ୟେକ ମଙ୍ଗଳବାର ଏବଂ ଗୁରୁବାର ଦିନ ଛାଡି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୮୪୬୮/୦୮୪୬୭ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅଗଷ୍ଟ ମାସ ୧୫ ତାରିଖ ଠାରୁ ପ୍ରତି ରବିବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୬ ତାରିଖ ଠାରୁ ଶାଲୀମାର ଠାରୁ ପ୍ରତି ସୋମବାର ଛାଡ଼ିି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।
୦୮୪୭୦/୦୮୪୬୯ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅଗଷ୍ଟ ମାସ ୧୨ ତାରିଖ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୩ ତାରିଖ ଠାରୁ ଶାଲୀମାର ଠାରୁ ପ୍ରତ୍ୟେକ ଶୁକ୍ରବାର ଦିନ ଛାଡି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ।
ସେହିପରି ୦୮୪୭୬/୦୮୪୭୫ ପୁରୀ-ଶାଲିମାର-ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଅଗଷ୍ଟ ମାସ ୧୦ ତାରିଖ ଠାରୁ ପ୍ରତ୍ୟେକ ମଙ୍ଗଳବାର ଦିନ ପୁରୀରୁ ଏବଂ ଅଗଷ୍ଟ ମାସ ୧୧ ତାରିଖ ଠାରୁ ଶାଲୀମାର ଠାରୁ ପ୍ରତ୍ୟେକ ବୁଧବାର ଦିନ ଛାଡି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
ଉପରୋକ୍ତ ସମସ୍ତ ଟ୍ରେନ୍ ସେମାନଙ୍କର ସ୍ଥିରୀକୃତ ଚଳାଚଳ ଦିବସ ମାନଙ୍କରେ ପୁରୀରୁ ରାତ୍ରି ୧୦ଘ.୦୫ମି.ରେ ଛାଡି ଚାଲିମାର ଠାରେ ତା’ପରଦିନ ସକାଳ ୬ଘ.୫୦ମି.ରେ ପହଞ୍ଚିବ। ଫେରିବା ମାର୍ଗରେ ଏହି ଟ୍ରେନ୍ ଗୁଡିକ ନିଜ ନିଜ ସ୍ଥିରୀକୃତ ଚଳାଚଳ ଦିବସ ମାନଙ୍କରେ ରାତ୍ରି ୮ଘ.୪୫ମି.ରେ ଛାଡି ପୁରୀ ଠାରେ ତା’ପରଦିନ ଭୋର ୫ଘ.୧୦ମି.ରେ ପହଞ୍ଚିବ। ଏହି ଟ୍ରେନ୍ ପୁରୀ ଓ ଶାଲୀମାର ମଧ୍ୟରେ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର, ଖଡ଼ଗ୍ପୁର ଓ ସନ୍ତ୍ରାଗାଛି ଷ୍ଟେସନ ମାନଙ୍କରେ ରହଣି କରିବ।