ଓଲା କାରରେ ଗଞ୍ଜେଇ ଚାଲାଣ: ଡ୍ରାଇଭର ସମେତ ଜଣେ ମହିଳା ଗିରଫ

ପ୍ୟାକେଟରେ ଆନୁମାନିକ ଚାଳିଶ କେଜି ଗଞ୍ଜେଇ ଥିବା ଅନୁମାନ

ଘୁ.ଉଦୟଗିରି: ଗଞ୍ଜେଇ ଚାଷ ଏବଂ ଚୋରା କାରବାରର ଭୂସ୍ବର୍ଗ ପାଲଟିଥିବା କନ୍ଧମାଳ ଜିଲ୍ଲାରେ ଯେତେ ଧରିଲେ ଆହୁରି ସେତିକି ଗଞ୍ଜେଇ ମାଫିଆ ସୃଷ୍ଟି ହେଉଛନ୍ତି।ପୁରୁଷଙ୍କୁ ପଛରେ ପକେଇ ମହିଳା ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ମାତିଛନ୍ତି।ଗଞ୍ଜେଇ ଚୋରା ଚାଲାଣ ନିମନ୍ତେ ଦିନକୁ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ଚୋରା ଗଞ୍ଜେଇ ମାଫିଆ। ବସରେ, ନୁଆ ନୁଆ ଦାମୀ କାର ଓ ବାଇକ ଏବେ ଓଲା କାରରେ  ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ସ୍ଥାନୀୟ ପୋଲିସ ହାବୁଡ଼ରେ ଦୁଇ ଜଣ ଗିରଫ ହୋଇଛନ୍ତି । ସ୍ଥାନୀୟ ଥାନା ଅନ୍ତର୍ଗତ ସୁକାନାଣ୍ଡା ଚର୍ଚ୍ଚ ନିକଟରେ ଆଇଆଇସି ଧିରାଜ ଲେଙ୍କା ଗାଡି ଯାଞ୍ଚ କରୁଥିବା ବେଳେ ପବିଙ୍ଗିଆ ରୁ ଭୁବନେଶ୍ୱର ଯାଉଥିବା ଓଲା କାର ନଂ ଓଡି ୦୨ ଏସ୍‌ ୮୦୭୪ ରେ ଗଞ୍ଜେଇ ନେଇଯାଉଥିବା ବେଳେ ପୋଲିସ ହାବୁଡ଼ରେ ପଡି କାର ଚାଳକ ଟିକାବାଲି ଥାନା ଅନ୍ତର୍ଗତ ସୁନପାଙ୍ଗା ଗ୍ରାମର ଫକୀର ବେହେରା ଏବଂ  ପବିଙ୍ଗିଆ ଗ୍ରାମର ମିତାରାଣୀ ନାୟକ ଗିରଫ ହୋଇଥିବା ବେଳେ ତାଙ୍କ ଭାଇ ଦୁଷ୍ମନ୍ତ ନାୟକ ଫେରାର ହୋଇଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ଏସଡ଼ିପିଓ ଜୟକୃଷ୍ଣ ବେହେରା। ଏ ନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି। ଥାନା ଆଇଆଇସି ଧିରାଜ ଲେଙ୍କା ତଦନ୍ତ ଭାର ଗ୍ରହଣ କରିଛନ୍ତି। ଜବତ ଗଞ୍ଜେଇ ବର୍ତ୍ତମାନ ସୁଦ୍ଧା ଓଜନ ହୋଇପାରିନାହିଁ। ୪ଗୋଟି ପ୍ୟାକେଟରେ ଆନୁମାନିକ ୪୦କେଜି ଗଞ୍ଜେଇ ଥିବା ଅନୁମାନ କରାଯାଉଛି। ଗିରଫ ଏବଂ ଫେରାର ଅଭିଯୁକ୍ତ ମାନେ ଭୁବନେଶ୍ୱର ସାଲିଆ ସାହି ବସ୍ତିରେ ରହୁଥିବା ଏବଂ ଏଭଳି ଚୋରା ଗଞ୍ଜେଇ ଚାଲାଣ କରି ଭୁବନେଶ୍ୱରରେ ବିକ୍ରି କରୁଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର